ସର୍କାର୍ କା ମାଲ୍ ଦରିଆ ମେ ଡାଲ୍: ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଜେନେରେଟର

କେସିଙ୍ଗା, (ମଧୁସୂଦନ ଠାକୁର): କେସିଙ୍ଗା ପୋଷ୍ଟ ଅଫିସରେ ଥିବା ଜେନେରେଟର ବିଗତ ଦୁଇ ବର୍ଷ ହେଲା ଖରାପ୍ ହୋଇ ପଡ଼ିରହିଛି। ପରିତାପର ବିଷୟ ୨ ବର୍ଷ ବିତି ଯାଇ ଥିଲେ ମଧ୍ୟ ବିଭାଗୀୟ ନିଷ୍କ୍ରିୟତା ଯୋଗୁଁ ଆଜି ପର୍ଯ୍ୟନ୍ତ ଏହା ସଜଡ଼ା ହେଇ ପାରୁନି। ଫଳରେ ବିଦ୍ୟୁତ ଗଲେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳୁଛି। ପ୍ରକାଶ ଥାଉ କି କେସିଙ୍ଗା ପୋଷ୍ଟ ଅଫିସ ଅଧିନରେ ୧୯ ଗୋଟି ସବ ପୋଷ୍ଟ ଅଫିସ କାମକରୁଛି। ପ୍ରତିଦିନ ଶହଶହ ଗ୍ରାହକ ଏହି ପୋଷ୍ଟ ଅଫିସରେ ଲେନଦେଣ କରିଥାନ୍ତି। ଜେନେରେଟର ପାଣିପଶି ଖରାପ ହୋଇଗଲାଣି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏ ବାବଦରେ କାର୍ଯ୍ୟରତ ପୋଷ୍ଟମାଷ୍ଟରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆମେ ଉଚ୍ଚ ପଦାଧିକାରୀଙ୍କୁ ଜଣାଇଛୁ। ଆମ ହାତରେ କିଛି ନାହିଁ। ଉପରୁ ଅର୍ଡର ଆସିଲେ ଆମେ ସଜାଡିବୁ। ଅନ୍ୟପକ୍ଷରେ ଏହାକୁ ଯଥାଶୀଘ୍ର ମରାମତି କରିବା ପାଇଁ ସାଧାରଣରେ ଦାବୀ ହେଉଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.