ଲକ୍ଷୀରାମ ଅଗ୍ରଓ୍ବାଲ ମହାବିଦ୍ୟାଳୟ ଠାରେ ବିଶ୍ୱ ଏଡସ୍ ଦିବସ ପାଳିତ

କୋକସରା, (ହିରଣ୍ଯ ବେହେରା): ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ଆନୁକୂଲ୍ୟରେ ବେହେରା ସ୍ଥିତ ଲକ୍ଷୀରାମ ଅଗ୍ରଓ୍ବାଲ ମହାବିଦ୍ୟାଳୟ ଠାରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ନାଏକଙ୍କ ମାର୍ଗଦର୍ଶନରେ ଆୟୋଜିତ ସଚେତନ କାର୍ଯ୍ୟକ୍ରମରେ ଏଡସ୍ ବିଷୟରେ ଅଜ୍ଞନତା, ଅସମାନତା ଓ ଦାରିଦ୍ର୍ୟତା ପାଇଁ ଏଡସ୍ ବ୍ୟାପକ ହେଉଥିବା ବକ୍ତାମାନେ ମତବ୍ୟକ୍ତ କରିଥିଲେ।

Omkar Vasthu
Omkar Vasthu


ଅର୍ଥନୀତି ଅଧ୍ୟାପକ ରଂଜନ କୁମାର ପଣ୍ଡା ସଭାପତିତ୍ୱ କରି କହିଥିଲେ “ପେନସିଲ ହୋଇ ଅନ୍ୟର ଭାଗ୍ୟ ଯଦି ଲେଖିପାରିବା ନାହିଁ ଇରେସର ହୋଇ ଅନ୍ୟର କାଳିମା ପୋଛିପାରିବା” ତେଣୁ ଆପଣମାନେ ଏଡସ୍ ବାର୍ତ୍ତାକୁ ପ୍ରଚାର ପ୍ରସାର କରନ୍ତୁ।”

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବକ୍ତା ଭାବେ ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ ଓ ନିକୁଞ୍ଜ ବିହାରୀ ସାହୁ ବକ୍ତବ୍ୟ ରଖିଥିଲେ। ସୁରେନ୍ଦ୍ର କୁମାର ସାହୁ ସଭା ପରିଚାଳନା କରିଥିବାବେଳେ ଯୁବରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି ଧନ୍ୟବାଦ ଅର୍ପଣ କରିଥିଲେ।


ଏହି ଅବସରରେ ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ତର୍କ, ଚିତ୍ରାଙ୍କନ, କ୍ୟୁଜ୍ ଓ ଏଡସ୍ ରେଲି ଡେମୋ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଫକୀର ଚଣ୍ଡି, ଆଶୋକ ଚଣ୍ଡି ଓ ସାନୁର୍ଯ୍ୟ ଗୋପାଳ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.