ଗୋଲାମୁଣ୍ଡାରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବିଶ୍ବ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି। ଯୁବ ରେଡ଼କ୍ରସ, ରେଡ୍ ରିବନ୍ କ୍ଳବ୍ ଓ ଭାରତ ସ୍କାଉଟ ଗାଇଡ ବିଭାଗର ମିଳିତ ସହଯୋଗରେ ଆୟୋଜିତ ସଚେତନତା ସଭାରେ ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ସଭାପତିତ୍ବ କରି ଏଡ଼ସର ଭୟାବହତା ଓ ନିରାକରଣ ପାଇଁ ଆତ୍ମ ସଂଯମତାର ଆବଶ୍ୟକତା ରହିଛି ବୋଲି ବାର୍ତ୍ତା ଦେଇଥିଲେ।

Omkar Vasthu
Omkar Vasthu


ଗୋଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ବିଭାଗ ଡାକ୍ତର କୃଷ୍ଣ ମୋହନ ପାତ୍ର ମୁଖ୍ୟ ଅତିଥି ଓ ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଡ଼ସ ନିରାକରଣ ପାଇଁ ଆଗେଇ ଆସିବାକୁ ଛାତ୍ର ଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna


ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା କାର୍ଯକ୍ରମକୁ ସଂଯୋଜନା କରିବା ସହ ଚଳିତ ବର୍ଷ ଏଡ଼ସ ଦିବସର ବିଷୟବସ୍ତୁ “ଅନ୍ତ- ଅସମାନତାର, ଅନ୍ତ- ଏଡ଼ସ ଆଉ ମହାମାରୀର” ବିଷୟରେ ଆଲୋକପାତ କରିଥିଲେ। ଭାରତ ସ୍କାଉଟ୍ ରୋଭର୍ ଲିଡର ସନ୍ତୋଷ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.