CDMO ଙ୍କ ବିଚିତ୍ର ନୀତି: ରୁପ୍ରାରୋଡର ଡାକ୍ତର ମଦନପୁରରେ ଯୋଗାଉଛନ୍ତି ସେବା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର ): ନର୍ଲା ୨୬ ଗୋଟି ଗ୍ରାମ ପଞ୍ଚାୟତ ବିଶିଷ୍ଟ ଏକ ବଡ ବ୍ଲକ୍ ହୋଇଥିବା ବେଳେ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ରହିଛି ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୧୯ ଗୋଟି ଉପସ୍ୱାସ୍ଥ୍ୟ କେନ୍ଦ୍ର। ରୁପ୍ରା, ରୁପ୍ରାରୋଡ, ଉଲିକୁପା ଓ ପଲମ୍ ଏହି ୪ ଗୋଟି ସ୍ଥାନରେ ରହିଛି ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ହେଲେ କେବଳ ପଲମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଛାଡିଦେଲେ ବାକି ୩ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ହେବ ଡାକ୍ତର ନାହାନ୍ତି। ରାଜ୍ୟ ସରକାର ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ ବୋଲି ଘୋଷଣା କରିସାରିଥିବା ବେଳେ ଡାକ୍ତର ନଥିବା ଯୋଗୁଁ ଦୀର୍ଘ ଦିନରୁ ଅବହେଳିତ ହୋଇ ପଡି ରହିଛି ରୁପ୍ରାରୋଡ, ରୁପ୍ରା ଓ ଉଲିକୁପା ସ୍ୱାସ୍ଥ୍ୟ କେନ୍ଦ୍ର। କେବଳ ଜଣେ ଜଣେ ଫାର୍ମାଶିଷ୍ଟ ଭରଷାରେ ଚାଲିଛି ଉପରୋକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ। ଅନ୍ୟପକ୍ଷେ ନର୍ଲା ସ୍ୱାସ୍ଥ୍ୟ ସେବାର ଏଭଳି ଦୟନୀୟ ପରିସ୍ଥିତି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବିଚିତ୍ର ନୀତିକୁ ଦେଖିଲେ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର କରୁଣ ପରିଣତି ବେଶ ଅନୁମେୟ। ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୯ ଜଣ ଡାକ୍ତର ରହିବାର ପ୍ରାବଧାନ ରହିଥିବା ବେଳେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ମାତ୍ର ୪ ଜଣ ଡାକ୍ତର। ତିନିଜଣ ଏଲୋପେଥିକ ଏବଂ ଜଣେ ଆୟୁଷ ଡାକ୍ତର। ନର୍ଲା ମୁଖ୍ୟ ଡାକ୍ତରଖାନାରେ ଏବେ ୫ ଗୋଟି ଡାକ୍ତର ପଦବୀ ଖାଲି ପଡିଛି। ଅନ୍ୟପକ୍ଷେ ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୩ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି। ଅର୍ଥାତ ନର୍ଲାରେ ମୋଟ ୧୩ ଜଣ ଡାକ୍ତର ରହିବା କଥା ହେଲେ ବର୍ତ୍ତମାନ ରହିିଛନ୍ତି ମାତ୍ର ୫ ଜଣ ଡାକ୍ତର ଏବଂ ୮ ଗୋଟି ଡାକ୍ତର ପଦବୀ ଖାଲି ପଡିଛି।‌ ଆଉ ନର୍ଲା ଅଞ୍ଚଳର ଡାକ୍ତରଖାନା ଗୁଡିକରେ ଡାକ୍ତର ନଥିବା ବେଳେ ରୁପ୍ରାରୋଡ ଭଳି ଅତ୍ୟାବଶ୍ୟକ ସ୍ଥାନର ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଡାକ୍ତର ଅଙ୍କିତ ମହାନ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମ.ରାମପୁର ବ୍ଲକର ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଛନ୍ତି। ଆଉ ମ.ରାମପୁର ହେଡକ୍ୱାଟର୍ସର ଡାକ୍ତର ରାଜେଶ ମହାରଣାଙ୍କୁ ରୁପ୍ରାରୋଡରେ କିଛିଦିନ ପାଇଁ ଡେପୁଟେନରେ ନିଯୁକ୍ତି ଦେଇଥିଲେ ସିଡିଏମଓ ହେଲେ ଗତ ନଭେମ୍ବର ମାସରେ ଡା. ମହାରଣାଙ୍କୁ ତାଙ୍କ ମୂଳ ସ୍ଥାନ ମ. ରାମପୁର ଡାକ୍ତରଖାନାକୁ ଫେରାଇ ନେଇଛନ୍ତି। ବର୍ତ୍ତମାନ ରୁପ୍ରାରୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଯଥା ପୂର୍ବଂ ତଥା ପରଂ। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କେବଳ ଜଣେ ଡାକ୍ତର ରହି ସ୍ୱାସ୍ଥ୍ୟ ସେବା ଯୋଗାଇବା କଥା। ହେଲେ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ସ୍ଥାୟୀ ଡାକ୍ତର ଡା. ବନମାଳି ସାହୁ କାର୍ଯ୍ୟରତ ରହିଥିବା ବେଳେ ସିଡିଏମ୍ଓ କାହା ସ୍ୱାର୍ଥ ପାଇଁ ରୁପ୍ରାରୋଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖାଲି କରି ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇ ଦୁଇ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନର୍ଲା ପ୍ରତି ଏଭଳି ବୈମାତୃକ ମନୋଭାବ ଯୋଗୁଁ ରୁପ୍ରାରୋଡର ଜନସାଧାରଣ ରୁପ୍ରାରୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ଆନ୍ଦୋଳନକାରୀ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି। ନର୍ଲା ବୁଦ୍ଧିଜୀବୀ ମହଲରେ ଏହାକୁ ସିଡିଏମଓ ଙ୍କ ବିଚିତ୍ର ନୀତି ବୋଲି କୁହାଯାଉଛି। ଏ ବିଷୟରେ ସିଡିଏମଓଙ୍କ ମତାମତ ଜାଣିବାକୁ ଫୋନ କରିବାରୁ ସିଡିଏମଓ ପ୍ରତାପ ବେହେରା କହିଲେ ଏହା ସ୍ୱାସ୍ଥ୍ୟ ମନ୍ତ୍ରୀ କରିଛନ୍ତି। ମୁଁ ଏମିତି କରିବା ବ୍ୟକ୍ତି ନୁହଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.