ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛଗ୍ରାମ ସବୁଜ ଗ୍ରାମ ତାଲିମ ଶିବିର

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦ୍‍ଭାବନା ସମ୍ମିଳନି ପ୍ରକୋଷ୍ଠରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଏକ ଦିବସିୟ ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ ସମ୍ପର୍କୀୟ ଯୁବ ତାଲିମ୍‍ ଶିବିର ଆୟୋଜିତ ହୋଇଯାଇଅଛି। ଜିଲ୍ଲା ଯୁବ ଅଧିକାରୀ ଭୂକ୍ଷା ରମେଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦାନ କରି ଉଦ୍‍ଘାଟନ କରିଥିଲେ। ନେହେରୁ ଯୁବ କେନ୍ଦ୍ରର ଲେଖା ଏବଂ କାର୍ଯ୍ୟକ୍ର୍ରମ ନିରିକ୍ଷକ ଦ୍ୱିତୀୟା ବନ୍‍ଚ୍ଛୋର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଉଦ୍‍ଘାଟନି ଉତ୍ସବରେ ରାୟଗଡ ମହିଳା ମହାବିଦ୍ୟାଳୟର ଜାତିୟ ସେବା ଯୋଜନା ଅଧିକାରୀ ପ୍ରକୃତି ବନ୍ଧୁ ଡଃ. ଅର୍ଚ୍ଚନା ପଟ୍ଟନାୟକ ମୂଖ୍ୟ ବକ୍ତା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଯୁବ ଗୋଷ୍ଠିଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ଅବତୈନିକ ବନ୍ୟାପ୍ରାଣୀ ତତ୍ତ୍ୱାବଧାରକ ଡଃ. ଗୌରାଙ୍ଗ ଚରଣ ରାଉତ, ଜିଲ୍ଲା ପରିମଳ ପରାମର୍ଶ ଦାତା ୱାଇ ଜୟ ଲକ୍ଷ୍ମୀ ପାତ୍ର ତାଲିମିଦାତା ରୂପେ ଯୋଗ ଦେଇ ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ ସମଦ୍ଧରେ ତାଲିମ୍‍ ପ୍ରଦାନ କରିଥିଲେ।


ନେହେରୁ ଯୁବ କେନ୍ଦ୍ର ସଂଗଠନର ଓଡିଶା ଶାଖାର ଉପ ନିର୍ଦ୍ଦେଶକ ବିମଳ ପେଟ୍ରିକ୍‍ ଶାହା ସ୍ୱତତ୍ର ଅତିଥି ରୂପରେ ଯୋଗଦେଇ ନେହେରୁ ଯୁବ କେନ୍ଦ୍ର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ମାନେ ଓ କେନ୍ଦ୍ରର ଲକ୍ଷ୍ମୀ ନାରାୟଣ ସେଠି ସହଯୋଗ କରିଥିଲେ। ଜିଲ୍ଲାର ଶତାଧିକ ଯୁବକ ଯୁବତୀ ଏଥିରେ ଅଂଶ ଗ୍ରହଣ କରି ଆଗାମି ଦିନରେ ଜିଲ୍ଲାକୁ ସ୍ୱସ୍ଥ ଓ ସବୁଜ ଜିଲ୍ଲା ରୂପରେ ଗଢିବା ପାଇଁ ସଂକଳ୍ପ ନେଇଥିଲେ। ଶେଷରେ ନେହେରୁ ଯୁବ କେନ୍ଦ୍ରର ଲେଖା ଏବଂ କାର୍ଯ୍ୟକ୍ରମ ନିରିକ୍ଷକ ଦ୍ୱିତୀୟ ବନଛୋର ଧନ୍ୟବାଦ ଅର୍ପଣ କରି ତାଲମ୍‍ କାର୍ଯ୍ୟକ୍ରମକୁ ସମାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.