ଡ଼ଃ. ଭୀମରାଓ ଆମ୍ବେଦକରଙ୍କ ୬୬ତମ ମହାପରିନିର୍ବାଣ ଦିବସ ସମାରୋହ

● ବାବାସାହେବ ହେଉଛନ୍ତି ସମଗ୍ର ବିଶ୍ୱର ଆଲୋକବର୍ତ୍ତିକା

● ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ଦ୍ୱାରା ବିଶାଳ ଶୋଭାଯାତ୍ରା

● ଜୟଭୀମ୍ ନାରାରେ ଦୁଲୁକିଲା ଜୁନାଗଡ଼ ସହର

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ଡ଼ଃ. ଭୀମରାଓ ଆମ୍ବେଦକରଙ୍କ ୬୬ତମ ମହାପରିନିର୍ବାଣ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ କଳାହାଣ୍ଡିର ଆହ୍ୱାନ କ୍ରମେ ଫେଡେରେସନର ଜୁନାଗଡ ବ୍ଲକ ଓ ଏନ୍‌ଏସି ଶାଖା ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ପୂର୍ବରୁ ହଜାର ହଜାର ଲୋକଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଜୁନାଗଡ ସହର ପରିକ୍ରମା କରିଥିଲା। ଜୁନାଗଡ଼ ସହର ଆଜି ଜୟ ଭୀମ ନାରା ଗୁଞ୍ଜରିତ ହେବା ସହ ପାରମ୍ପରିକ ବାଜାରେ ସହରର ଗଗନପବନ ଦୁଲୁକି ଉଠିଥିଲା। ଶୋଭାଯାତ୍ରା ପରେ ନବନିର୍ମିତ ବସଷ୍ଟାଣ୍ଡ ପଡିଆରେ ରାଜ୍ୟସ୍ତରୀୟ ମହାପରିନିର୍ବାଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ଜୁନାଗଡ ବିଡିଓ ଦୁଲାରାମ ମାରାଣ୍ଡି, ଲାଞ୍ଜିଗଡ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ଜୁନାଗଡ଼ ସିଏଚ୍‌ସିର ମେଡିକାଲ ଅଫିସର ଡା. ବିବେକାନନ୍ଦ ମହାନନ୍ଦ, କଳାହାଣ୍ଡି ଜିଏସ୍‌ଟି ଅଧୀକ୍ଷକ ବିଜୟରାଜ ଶିଖା, ଫେଡେରେସନର କଳାହାଣ୍ଡି ଜିଲ୍ଲା ସଭାପତି ଧନଞ୍ଜୟ ଦୀପ, ମହିଳା ସଭାନେତ୍ରୀ ବିଜୟଲକ୍ଷ୍ମୀ ସ୍ୱର୍ଣ୍ଣ, ମହିଳାନେତ୍ରୀ କାଞ୍ଚନ ବାଗ, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ସହ ସଂଯୋଜକ ବିଶ୍ୱନାଥ କର, ସାଧାରଣ ସଂପାଦକ ଯତିନ୍ଦ୍ର କର, ଜୁନାଗଡ ପ୍ରଭାରୀ ବିନ୍ଦୁ ମହାନନ୍ଦ, କଳାହାଣ୍ଡି କୁରାଳ ସମାଜର ପିତାମ୍ବର ରଣା ଓ ମୁଖ୍ୟବକ୍ତା ଭାବେ ପ୍ରଫେସର ଡ଼ଃ. ପଙ୍କଜ ନାଏକ ଯୋଗ ଦେଇଥିଲେ। ଫେଡେରେସନର ଜୁନାଗଡ ବ୍ଲକ ଶାଖାର ସଭାପତି ମହାଦେବ ପ୍ରସାଦ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଚିତ୍ତରଞ୍ଜନ ନିଆଲ ପରିଚାଳନା କରିଥିବାବେଳେ କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକ ଅଞ୍ଚଳରୁ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ବର୍ଗର ଦୁଇ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଏଥିରେ ସାମିଲ ହୋଇଥିଲେ।

Omkar Vasthu
Omkar Vasthu


ବାବା ସାହେବ ଡ଼ଃ. ଭୀମରାଓ ଆମ୍ବେଦକର ଦେଶର ପ୍ରଥମ ଆଇନମନ୍ତ୍ରୀ, ଦେଶର ସର୍ବୋଚ୍ଚ ଗ୍ରନ୍ଥର ପ୍ରଣେତା ଭାବେ ଯେତିକି ସମ୍ମାନର ଅଧିକାରୀ ତାହାଠାରୁ ସମଗ୍ର ବିଶ୍ୱର ଦଳିତ, ନିଷ୍ପେସିତ, ବଞ୍ଚିତ ତଥା ମହିଳାମାନଙ୍କୁ ଅଧିକାର ପ୍ରଦାନ କରିବାରେ ଜଣେ ଅଗ୍ରଗଣ୍ୟ ମହାମନିଷୀ ଭାବେ ବହୁ ସମ୍ମାନର ଅଧିକାରୀ ଅଟନ୍ତି। ଜଣେ ଯୁଗ ପ୍ରବର୍ତ୍ତକ ଓ ଦଳିତମାନଙ୍କ ତ୍ରାଣକର୍ତ୍ତା ଭାବେ ଉଭା ହୋଇ ଏ ଦେଶ ଓ ଜାତିକୁ ସେ ଧନ୍ୟ କରିଛନ୍ତି। ଦେଶରେ ରାଜନୀତି, ଅର୍ଥନୀତି, ସାମାଜିକ ପରିସ୍ଥିତିକୁ ଦିଗଦର୍ଶନ ଦେବାରେ ତାଙ୍କର ଉଲ୍ଲେଖନୀୟ ଭୂମିକାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ୱ ତାଙ୍କ ଜ୍ଞାନଗାରିମା ଆଗରେ ଆଜି ବି ନତମସ୍ତକ ହୁଏ। ପ୍ରକୃତ ଅର୍ଥରେ ସମଗ୍ର ବିଶ୍ୱ ପାଇଁ ବାବା ସାହେବ ଜଣେ ଆଲୋକବର୍ତ୍ତିକା ଥିଲେ ବୋଲି ଡ଼ଃ. ଆମ୍ବେଦକରଙ୍କ ୬୬ ତମ ରାଜ୍ୟସ୍ତରୀୟ ମହା ପରିନିର୍ବାଣ ଦିବସ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna


ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇର ରାଜ୍ୟ ସଂପାଦକ କମ୍ରେଡ ଦାମୋଦର ବେହେରା, ଫେଡେରେସନ୍‌ର ଉପସଭାପତି ବିଭିଷଣ ନାଏକ, ସଂପାଦକ ଶ୍ରୀବତ୍ସ ତାଣ୍ଡି, ଜୟପ୍ରକାଶ ଜାଲ, ଉପଦେଷ୍ଟା ଯୋଗେଶ୍ୱର ସାଗର, ଜଗଦୀଶ ବେନିଆଁ, ସୁଶୀଲ କୁମାର ବାଗଙ୍କ ସମେତ ଫେଡେରେସନର ସମସ୍ତ ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅଭିଜିତ କର, ଧବଳେଶ୍ୱର ନାଗ, ଲଳିତ ବାଗ, ପ୍ରେମଲାଲ ବାଗ, ବସନ୍ତ ନାଏକ, ଗଜରାଜ ଛତ୍ରିଆ, ଦେବରାଜ ସୁନାନୀ, ରାଜେଶ ବାଗ, ଈଶ୍ୱର ନାଏକ, ପ୍ରମୋଦ ଛତ୍ରିଆ, ସହଦେବ ନାଏକ, ଗୁଣନିଧି ଛତ୍ରିଆଙ୍କ ସମେତ ଜୁନାଗଡ ବ୍ଲକ ଓ ଏନ୍‌ଏସି ସ୍ତରୀୟ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.