ଶ୍ୟାାମଳ ସୁବର୍ଣ୍ଣ ତରଫରୁ ବିଶ୍ୱ ମୃତ୍ତିକା ଦିବସରେ ୱେବିନାର

କଟକ ସଦର, (ଶ୍ରୀକାନ୍ତ ବେଉରା): ଶ୍ୟାମଳ ସୁବର୍ଣ୍ଣ ଓଡ଼ିଶାର କୃଷି ଭିତ୍ତିକ ପତ୍ରିକା ମଧ୍ୟରେ ଏକ ଅଗ୍ରଣୀ ନାମ । ୨୦୧୮ ମସିହାରୁ କୃଷି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଭଦ୍ରକରୁ ପ୍ରକାଶିତ ଏ ପତ୍ରିକା ସାରା ଓଡ଼ିଶାର ଚାଷୀକୁଳ ପାଖରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତେବେ ଚଳିତ ବର୍ଷ ବିଶ୍ୱ ମୃତ୍ତିକା ଦିବସ ଅବସରରରେ ଶ୍ୟାମଳ ସୁବର୍ଣ୍ଣ ତରଫରୁ ୱେବିନାର ଅନୁଷ୍ଠିତ ହୋଇ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବରେ ଓଡ଼ିଶାର କୃଷି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଯୋଗ ଦେଇ ଚାଷ ଓ ମାଟିର ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । ବିଶିଷ୍ଟ ଅତିଥି ଭାବରେ ଭାରତୀୟ ପାଣିପାଗ ଗବେଷଣା କେନ୍ଦ୍ରର ଡ଼ିଜି ଡ଼. ମୃତ୍ୟୁଂଜୟ ମହାପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବରେ ଓୟୁଏଟିର କୁଳପତି ଡ଼. ପବନ କୁମାର ଅଗ୍ରୱାଲ, ବରିଷ୍ଠ ମୃତ୍ତିକା ବିଜ୍ଞାନୀ ତଥା ଓୟୁଏଟିର ଅଧ୍ୟକ୍ଷ ଡ଼. କୁମ୍ଭକର୍ଣ୍ଣ ରାଉତ, ଓୟୁଏଟିର ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସୋଆର ମୃତ୍ତିକା ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଡ଼.ବିଜୟ କୁମାର ପାଣି, ସେଂଚୁରିୟନ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଦେବେନ୍ଦ୍ର ରେଡ଼ି, ପଯ୍ୟବେକ୍ଷକ ଓ କଳିଙ୍ଗକ୍ରୋନିକଲର ସମ୍ପାଦକ ଡ଼.ପବିତ୍ର ମୋହନ ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ । ଶ୍ୟାମଳ ସୁବର୍ଣ୍ଣର ସମ୍ପାଦକ ଡ଼ି. ଶୁଭମ ପତ୍ରିକାର ବିକାଶ ତଥା ମୃତ୍ତିକା ଦିବସର ଅନୁଚିନ୍ତିା ବିଷୟରେ କହିଥିଲେ । ପତ୍ରିକାର ସଦସ୍ୟା ଶୁଭଶ୍ରୀ ସାହୁ ଓ ମନ୍ଦିରା ପ୍ରଧାନ ସଂଯାଜନା କରିଥିବା ବେଳେ ବିଜ୍ଞାନ ମିହିର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶ୍ୟାମଳ ସୁବର୍ଣ୍ଣ ତରଫରୁ କରାଯାଇଥିବା ପ୍ରବନ୍ଧ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଗୁଣୁପୁର କୃଷି ମହାବିଦ୍ୟାଳୟର ବିଜେତା ମିଶ୍ର ପ୍ରଥମ, ଗୁଣୁପୁର କୃଷି ମହାବିଦ୍ୟାଳୟର ସୋନାଲି ପରିଡ଼ା ଦ୍ୱିତୀୟ ଓ ତୃତୀୟ ଯୁଗ୍ମ ଭାବେ ସେଂଚୁରିଆନ ବିଶ୍ୱବିଦ୍ୟାଳୟର ଅମିତାଭ ବନ୍ଦୋପାଧ୍ୟାୟ ଓ ଭୁବନେଶ୍ୱରର ଯଦୁନନ୍ଦନ ପଣ୍ଡା ପ୍ରମୁଖ ବିଜୟୀ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.