ଆରମ୍ଭ ହେଲା କୋସଲ ସ୍ୱାଭିମାନ ପଦଯାତ୍ରା

ନୂଆପଡା: କୋସଲ ସ୍ୱାଭିମାନ ପଦଯାତ୍ରା ଆଜି ସ୍ଥାନୀୟ ଏକତା ଛକ ଠାରୁ ଆରମ୍ବ ହୋଇ ଯାଇଛି। ଏହି ପଦଯାତ୍ରା ନୂଆପଡା ଜିଲ୍ଲାରୁ ଆରମ୍ଭ ହୋଇ ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶା ସରକାର ପଶ୍ଚିମ ଓଡିଶାକୁ ଅଣଦେଖା କରୁଥିବାର ଏବଂ ପଶ୍ଚିମ ଓଡିଶାକୁ ସମ୍ପୂର୍ଣ୍ଣ ଭାବେ ମରୁଡି ଘୋଷଣା କରିବା ପାଇଁ ଏହି ପଦଯାତ୍ରା ଦୀର୍ଘ ୩୦୦ କି.ମି. ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆବାହକ ଅଚ୍ୟୁତ ସିପୁନ ଖମାରିଙ୍କ ତତ୍ୱାବଧାନରେ କୋସଲ ସଂଗ୍ରାମୀମାନେ ସକାଳ ୭.୩୦ରୁ ଏକତା ଛକରୁ ପଦଯାତ୍ରା ଆରମ୍ଭ କରିଥିଲେ। ନୂଆପଡା ଜିଲ୍ଲା ଯୁବ କଂଗ୍ରେସ ଏହି କୋସଲ ସଂଗ୍ରାମୀଙ୍କ ସ୍ୱାଭିମାନ ପଦଯାତ୍ରାକୁ ସମର୍ଥନ ଜଣାଇଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଳେନ୍ଦ୍ର ଭୋଇ, ଶାହରୁଖ ଖାନ ପ୍ରମୁଖ ଏହି ସ୍ୱାଭିମାନ ପଦଯାତ୍ରାରେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.