ବରିଷ୍ଠ ସାମ୍ବାଦିକ ଅସଲମଙ୍କ ଅକାଳ ବିୟୋଗରେ ଗୋଲାମୁଣ୍ଡା ସାମ୍ବାଦିକ ସଙ୍ଘ ପକ୍ଷରୁ ଶୋକ ପ୍ରକାଶ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟ ନ୍ୟୁଜ-୭ ରେ କାର୍ଯ୍ୟରତ ଥିବା ସାମ୍ବାଦିକ ମହମ୍ମଦ ଅସଲମଙ୍କ ଅକାଳ ବିୟୋଗ ଗତକାଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ହୋଇଯାଇଛି । ତାଙ୍କ ଆକାଳ ବିୟୋଗରେ ସ୍ତବ୍ଧ ହୋଇ ଯାଇଛନ୍ତି ଜିଲ୍ଲାର ସମସ୍ତ ସାମ୍ବାଦିକ । ତାଙ୍କର ବିୟୋଗରେ ଗୋଲାମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ବରିଷ୍ଠ ସାମ୍ବାଦିକ ସାଉଲ ମଙ୍ଗରାଜ, ସୁଧିର ପ୍ରସାଦ ସାହୁ, ଦାମୋଦର ଦାସ, ସୁଶାନ୍ତ କୁମାର ଦଳେଇ, ଆଶୁତୋଷ ରାଉତ, ରମେଶ ଅଗ୍ରୱାଲ, ସୌମ୍ୟ ରଞ୍ଜନ ଅଗସ୍ତି, ରାହାସ ମଙ୍ଗରାଜ, ନଉକେଶ୍ୱର ପୁଟେଲ, ବିନ୍ଦୁ ମହାନନ୍ଦ, ବଟକୃଷ୍ଣ ପଣ୍ଡା, ଦେବରାଜ ରାଉତ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସ୍ବର୍ଗୀୟ ମହମ୍ମଦ ଅସଲମ ସର୍ବଦା ଗରୀବ, ନିରୀହ ଲୋକଙ୍କ ପାଇଁ ସ୍ୱର ଉଠାଇ ଜିଲ୍ଲାର ସାମ୍ବାଦିକତା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ଅକାଳ ବିୟୋଗରେ ସାମ୍ବାଦିକ ଜଗତ ଓ କଳାହାଣ୍ଡି ଜିଲ୍ଲା ପାଇଁ ଅପୁରଣୀୟ କ୍ଷତି ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.