ଚପ୍ରିଆ ଉଦନ୍ତି ନଦୀ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଚପ୍ରିଆ ଉଦନ୍ତି ନଦୀ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଚପ୍ରିଆ ଗ୍ରାମର ପରମାନନ୍ଦ ଚନ୍ଦନ(୨୮) ।

ଗତକାଲି ରାତ୍ର ସମୟରେ ଏନେଇ ପରିବାର ଲୋକଙ୍କ ଲିଖିତ ଅଭିଯୋଗକୁ ଭିକ୍ତି କରି କେଗାଁ ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର ଘଟଣା ସ୍ଥଳକୁ ଯାଇ ଶବ ଜବତ କରି ସାଇଣ୍ଟିଫିକ ଟିମ ଜରିଆରେ ଅଧିକ ତଦନ୍ତ ଜାରି ରଖିଛନ୍ତି । ଏ ସଂକ୍ରାନ୍ତରେ କେଗାଁ ଥାନା କେସ ନମ୍ବର ୧୨ ରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଛି । ଯୁବକ ଜଣକ ବିବାହିତ ଘରେ ତାଙ୍କର ସ୍ତ୍ରୀ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.