କିନ୍ନର ମାନଙ୍କ ଦୁଇ ଦିନିଆ ତାଲିମ ଶିବିର

ଗୁଣପୁର, (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥିତ ସଦଭାବନା ଗୃହରେ ମା ମାଝୀଗୌରୀ ଗୋଷ୍ଠୀ ସ୍ତରୀୟ ସଙ୍ଗଠନ ପକ୍ଷରୁ କିନ୍ନର ମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଦିନ ଦୁଇ ଦିନିଆ ଫିନାଇଲ ତିଆରି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥିଙ୍କ ଦ୍ଵାରା ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କଙ୍କ ଫୋଟ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଶିବିର ଆରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭିକ୍ଟୋରିଆ କୁଲୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ, ଓଡ଼ିଶା ଜୀବିକା ମିଶନ ବିପିଏମ ଯସ୍ମୀନ ମୁଟିକା, ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର, ମା ମାଝୀଗୌରୀ ଗୋଷ୍ଠୀ ସ୍ତରୀୟ ସଙ୍ଗଠନ ସଭାପତି ରମେଶ ଚନ୍ଦ୍ର ପୁଆଲ୍ଲା(ରେସମା), କୋଷାଧ୍ୟକ୍ଷ କାନ୍ତାରାଓ କଣ୍ଡାଗରୀ (କାଜଲ) ପ୍ରମୁଖ ଯୋଗ ଦେଇଥିଲେ ସେହିପରି ତାଲିମ ଦେବା ନିମନ୍ତେ ଗଜପତି ଜିଲ୍ଲା ରୁ ଗଜେନ୍ଦ୍ର ଗୋମାଙ୍ଗ ଉପସ୍ଥିତ ରହି ଏହି କିନ୍ନର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu


ଏହି ତାଲିମ ଶିବିରରେ ରାମନାଗୁଡା ବ୍ଲକର ମୋଟ ୧୫ ଜଣ କିନ୍ନର ଯୋଗ ଦେଇଥିଲେ,ମୁଖ୍ୟତଃ ଆଜିର ଏହି ତାଲିମ ଶିବିର ମୂଳ ଉଦ୍ଦେଶ୍ୟ କିନ୍ନର ମାନଙ୍କୁ କିପରି ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରି ନିଜର ଏବଂ ନିଜ ପରିବାର ର ଭୋରଣ ପୋଷଣ କରିପାରିବେ ଏହା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଅତିଥି ମତ ପ୍ରକାଶ କରିଥିଲେ। ଏହି ଦୁଇ ଦିନିଆ ତାଲିମ ଶିବିରକୁ ସମ୍ପାଦକ ଶିଶିର କାନ୍ତ ମହାପାତ୍ର(ପିଙ୍କି) ଏବଂ କାର୍ଯ୍ୟକ୍ରମ ସଂଯୋଜକ ମୃତ୍ୟୁଞ୍ଜୟ ପାଇକ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.