ଚିଚିଆ ଡ୍ରାଇଭର ମହାସଂଘର ସାଧାରଣ ବୈଠକ

ଟେମରି, (ଜଗଜ୍ଜିବନ ସା): ଗୋଲାମୁଣ୍ଡା ବ୍ଲକ ଚିଚିଆ ଆମ୍ବତୋଟାଠାରେ ଓଡିଶା ଡ୍ରାଇଭର ମହାସଂଘ ଅନୁବନ୍ଧିତ ଚିଚିଆ ଡ୍ରାଇଭର ସଂଘର ଏକ ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ସଭାପତି ନିର୍ମଳ ଘି, ସମ୍ମାନୀତ ଅତିଥି ଭାବରେ ବ୍ଲକ ସମ୍ପାଦକ ଭୀଷ୍ମରାଜ ଭାଟି, ଉପସଭାପତି ସନ୍ତୋଷ ଭୋଇ, ସହ ସମ୍ପାଦକ ଦେବାନନ୍ଦ ମଶ୍ରା , କୋଷାଧ୍ୟକ୍ଷ ଡୋଳାମଣି ସାହୁ ପ୍ରମୁଖ ଯୋଗ ଦେଇଥିଲେ।


ଓଡିଶା ଡ୍ରାଇଭର ମହାସଂଘ ଦେଇଥିବା ଦାବି ପତ୍ରଗୁଡ଼ିକ ଓଡିଶା ସରକାର ଗ୍ରହଣ କରି ସ୍ଵୀକୃତି ଦେଇଥିବା ସଭାରେ ଆଲୋଚନା ହୋଇଥିଲା। ଏଥିରେ ଚିଚିଆ ଗ୍ରାମ ପଞ୍ଚାୟତ ଡ୍ରାଇଭର ସଂଘ ସଭାପତି ଅଜିତ ନାଏକ, ଉପସଭାପତି ମଳୟ ବେମାଲ, ସମ୍ପାଦକ ରାଜେଶ ନାଏକ, ସହ ସମ୍ପାଦକ ଟିକେରାମ ନାଏକ, କୋଷାଧ୍ୟକ୍ଷ ବିଜୟ ସତାନମିଙ୍କ ସମେତ ବିଭିନ୍ନ ଅଞ୍ଚଳର ଏଡମିନ୍ ଓ ଡ଼୍ରାଇଭରମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.