ବୃଦ୍ଧଙ୍କ ଝୁଲନ୍ତା ଶବ ଉଦ୍ଧାର

କୋକସରା, (ହିରଣ୍ୟ ବେହେରା): କୋକସରା ଥାନା ଅନ୍ତର୍ଗତ ଜୟନ୍ତପୁର ଗ୍ରାମ ର ଜଣେ ୫୬ ବର୍ଷୀୟ ବୃଦ୍ଧଙ୍କ ଝୁଲନ୍ତା ଶବ ଶୁକ୍ରବାର କୋକସରା ପୁଲିସ ଉଦ୍ଧାର କରିଛି । ବୃଦ୍ଧ ଜଣକ ଗ୍ରାମର ଦ୍ରୋଣ ମେହେର ବୋଲି ଜଣାପଡିଛି । ସେ ଗତକାଲି ଠାରୁ ନିଖୋଜ ରହିଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ତେବେ ଆଜି ୧୨ଟା ରେ ଗାଁ ର ଏକ ନାଳ ନିକଟ ଗଛରେ ବେକ ରେ ରଶି ଲଗାଇ ଝୁଲନ୍ତା ଅବସ୍ଥା ବୃଦ୍ଧଙ୍କ ଶବ ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇ ଥିଲେ । ପରେ ପରିବାର ଲୋକେ କୋକସରା ପୁଲିସ ଖବର ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପରେ ଶବ ଜବତ କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଠାଇ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି । ତେବେ ଗତ କିଛି ମାସ ତଳେ ମୃତ ବ୍ୟକ୍ତି ଙ୍କ ୧୨ବର୍ଷୀୟ ଝିଅ ନିଜ ଘର ଭିତରେ ଆତ୍ମହତ୍ୟା କରିଥିବାବେଳେ ସେ ମାନସିକ ଚାପ ରେ ଥିବା କୁହାଯାଉଛି । ଏନେଇ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମଣୀ ରଂଜନ ଦଳେଇ ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.