ଶ୍ରୀପୁର ଠାରେ ଗାୟତ୍ରୀ ଯଜ୍ଞ ମାଧ୍ୟମରେ ନାମକରଣ ସଂସ୍କାର

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଗିଗିନା ଗ୍ରାମ ପଞ୍ଚାୟତର ଶ୍ରୀପୁର ଗ୍ରାମ ଠାରେ ଏକ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ ନାମକରଣ ସଂସ୍କାର ପାଇଁ ଗାୟତ୍ରୀ ଯଜ୍ଞର ଆୟୋଜନ କରାଯାଇଥିବା ଜଣାପଡିଛି। ଶ୍ରୀପୁର ନିବାସୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନାଦି ପଧାନଙ୍କ ଉଦ୍ୟୋଗ କ୍ରମେ ପୁତ୍ରବଧୁ କରିନା ପଧାନ ଓ ପୁତ୍ର ଲୋକେଶ ପଧାନ ଏଥିରେ ଯଜ୍ଞ କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରିଥିଲେ।

Omkar Vasthu
Omkar Vasthu


ନର୍ଲା ବ୍ଲକ ସଂଯୋଜକ ସମନ୍ୱୟ ସମିତି ଗାୟତ୍ରୀ ପରିବାରଙ୍କ ତତ୍ୱାବଧାନରେ ଏକ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଟୋଲି ନାୟକ ବରିଷ୍ଠ ପରିବ୍ରାଜକ ମେଦିନୀଧର ଜାନୀ, ତପନ କୁମାର ସାହୁ, ସମ୍ପାଦକ ଚକ୍ରଧର ସା, କଣ୍ଠଶିଳ୍ପୀ ଗଣେଶ ପୃଷ୍ଟି ପ୍ରମୁଖ ମିଳିତ ଭାବରେ ଯଜ୍ଞ ସଂଚାଳନ କରିଥିଲେ। ଗାୟତ୍ରୀ ପରିଜନ ମୋହନ ପୁଟେଲ, ଟୁନୁ ଗଡତିଆ, ଜହରଲାଲ ବିଶ୍ୱାଳ, ସରୋଜ ମାଝୀ, ଟୁନା ସାହୁ ପ୍ରମୁଖ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ପଧାନ ପରିବାର ତଥା ତାଙ୍କର ବନ୍ଧୁବର୍ଗ ଯଜ୍ଞରେ ଅଂଶ ଗ୍ରହଣ କରି ତାଙ୍କର ନବଜାତ ଶିଶୁ କନ୍ୟା ବୀରଙ୍ଗନା ଙ୍କୁ ଆଶିର୍ବାଦ ପୂର୍ବକ ସମସ୍ତେଶୁଭ କାମନା କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ଯଜ୍ଞ ପୂର୍ଣ୍ଣାହୂତି ପଡି ପ୍ରସାଦ ସେବନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ଏଥିରେ ଗୁରୁଦେବଙ୍କ ସଂଦେଶ, ବୃକ୍ଷଗଙ୍ଗା ଅଭିଯାନ, ପରିମଳ ସୁରକ୍ଷା ଏବଂ ବିଚାର କ୍ରାନ୍ତୀର ଯୁଗ ସଂଦେଶର ବାର୍ତ୍ତା ଦେଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.