ବିଶ୍ବନାଥପୁରଠାରେ ବୀର ପୁରୁଷ ରେଣ୍ଡୋ ମାଝୀ ସହିଦ ଦିବସ ପାଳିତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର (ଭି.ଆର.ଓ) ପରିସରରେ ସ୍ୱାଧୀନତା ସଂଗ୍ରାମୀ ବୀର ପୁରୁଷ ସହିଦ ରେଣ୍ଡୋ ମାଝୀଙ୍କ ୧୬୬ତମ ସହିଦ ଦିବସ ପାଳିତ ହୋଇଯାଇଛି। ରେଣ୍ଡମାଝୀ କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ ଉର୍ଲାଦନି ପଞ୍ଚାୟତ ଲୁବେନଗଡ ଗାଁରେ ଜନ୍ମ ହୋଇ ଥିଲେ। ବ୍ରିଟିଶ ସେନା ଛାଉଣୀ ଉପରେ ଆକ୍ରମଣ କରି ଶତାଧିକ ଇଂରେଜଙ୍କୁ ମାରିବା ସହିତ ଗିରଫ ହୋଇ ସମ୍ବଲପୁର ରସୁଲକୋଣ୍ଡା ଜେଲରେ ବନ୍ଦୀ ଜୀବନ ବିତାଇ ଥିଲେ ପରେ ତାଙ୍କୁ ୧୮୫୫ ମସିହା ଡିସେମ୍ବର ୧୦ରେ ଉର୍ଲାଦାନୀ ଠାରେ ତାଙ୍କୁ ଫାଶୀ ଦିଆଯଇଥିବା ଇତିହାସ କହେ। ଏହି ଦିନଟିକୁ ଅନେକ ବର୍ଷରୁ ଆଦିବାସୀ ସଂପ୍ରଦାୟ ସହିଦ୍ ରେଣ୍ଡୋ ମାଝୀ ଦିବସ ଭାବେ ପାଳନ କରି ଆସୁଛନ୍ତି। ସେହି କ୍ରମରେ ଶୁକ୍ରବାର ଲାଞ୍ଜିଗଡ଼ ଠାରେ ମଧ୍ୟ ଏହି ଦିବସ ମହା ଆଡ଼ମ୍ବର ସହ ପାଳନ କରାଯାଇଛି। ଏନେଇ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ପୂର୍ବତନ ବିଧାୟକ ଶିବାଜି ମାଝୀ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକିର ମୋହନ ମାଝୀ, ସରପଞ୍ଚ ସଂଘର ସଭାପତି ଟଙ୍କଧର ମାଝୀ, ଲାଞ୍ଜିଗଡ଼ ଆଦିବାସୀ ସହ ସମ୍ପାଦକ ପାତ୍ର ମାଝୀ, ତୁଳସୀ ମାଝୀ, କବି ମାଝୀ, ନରେନ୍ଦ୍ର ମାଝୀ, ସହଦେବ ମାଝୀ, ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାରେ ବୀରପୁତ୍ର ଶହୀଦ ରେଣ୍ଡୋ ମାଝୀଙ୍କ ବିଭିନ୍ନ ପ୍ରତିମୂର୍ତ୍ତି ରହିଛି ତେଣୁ ପ୍ରକୃତ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିକୁ ଗୋଟିଏ ରୂପ ଦେଇ ସରକାର ରେଣ୍ଡୋ ମାଝୀଙ୍କୁ ସହୀଦର ମାନ୍ୟତା ଦେବା ପାଇଁ ସଭାରେ ଦାବି ହୋଇଛି। ଏହାସହ ରେଣ୍ଡୋ ମାଝି ସମସ୍ତଙ୍କ ପାଇଁ ସହୀଦ ହୋଇଥିବାରୁ ସମସ୍ତ ବର୍ଗର ଲୋକେ ଏହିଦିନକୁ ପାଳନ କରିବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମକୁ ଲାଞ୍ଜିଗଡ଼ ଆଦିବାସୀ ସଂଘ ସଭାପତି ଶୁକ୍ରୁ ମାଝୀ ପରିଚାଳନା କରିଥିବା ବେଳେ ଜଳନ୍ଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.