ଓଡ଼ିଆ ଭାଷାର ବିକାଶ ହେଲେ ଶିକ୍ଷାର ମାନ ବୃଦ୍ଧି ପାଇବ  

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ସହରର ସରକାରୀ ବାଳିକା ହାଇସ୍କୁଲର ସଭାଗୃହ ଠାରେ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ଛାତ୍ର ମେଧା ସମ୍ମାନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସଂସଦର ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନ କହିଲେ ଯେ, ଦକ୍ଷିଣ ଓଡ଼ିଶାର ଆଦିବାସୀ ସଂସ୍କୃତିର ପ୍ରାଣକେନ୍ଦ୍ର ଭାବେ ପରିଚିତ କୋରାପୁଟ ମାଟି ହିଁ ଦିନେ ସମଗ୍ର ବିଶ୍ୱକୁ ଦେଖାଇଥିଲା ପାଲ୍ଲିଭାଷା ଓ ଓଡ୍ରଗଡ ଭଳି ଓଡ଼ିଆ ଭାଷା ଭୂଖଣ୍ଡ ର ଆଦି ପରିଚୟ।   ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ଗନ୍ତାୟତ, ମୁଖ୍ୟ ବକ୍ତା ଭାବେ ମାଟିଲଗ୍ନା ସାହିତ୍ୟ ସଂସଦର ଉପଦେଷ୍ଟା କବି ମହାଦେବ ଶତପଥୀ ଓ ସମ୍ମାନୀତ ଅତିଥି ଭାବେ ମାଟିଲଗ୍ନା କୋରାପୁଟ ଜିଲ୍ଲା ସଂଗଠନ କବି ତ୍ରିନାଥ ପଟ୍ଟନାୟକ। ସମ୍ମାନୀତ ବକ୍ତା ଭାବେ ଶିକ୍ଷୟତ୍ରୀ ସ୍ଵର୍ଣ୍ଣପ୍ରଭା ମହାପାତ୍ର, କବୟିତ୍ରୀ ପ୍ରପର୍ଣ୍ଣି ପାଣିଗ୍ରାହୀ, କବୟିତ୍ରୀ କନକଲତା ମହାଙ୍କୁଡ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପାଦେୟ ବିଷୟବସ୍ତୁ ଉପରେ ବିଶଦ ଆଲୋଚନା କରି ଥିଲା ବେଳେ ପ୍ରପର୍ଣ୍ଣି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ୧୫ ଜଣଙ୍କୁ ରାଜ୍ୟସ୍ତରୀୟ ଛାତ୍ର ମେଧା ସମ୍ମାନ ମାନପତ୍ର ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.