ଆଦର୍ଶ ଶିକ୍ଷକ ଦେବେନ୍ଦ୍ର ନନ୍ଦଙ୍କ ପରଲୋକ

କଟକ ସଦର, (ଶ୍ରୀକାନ୍ତ ବେଉରା): ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଉତ୍ତରଶାସନ ପଞ୍ଚାୟତ ମହାଜନ ସାହିର ଆଦର୍ଶ ଶିକ୍ଷକ ଦେବେନ୍ଦ୍ର କୁମାର ନନ୍ଦ (୯୦)ଙ୍କ ନିଜ ବାସଭବନରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ପରଲୋକ ଘଟିଛି । ସୂଚନାଯୋଗ୍ୟ ସ୍ବର୍ଗତ ନନ୍ଦ ଜଣେ ଜନପ୍ରିୟ, ଛାତ୍ର ବତ୍ସଳ ଶିକ୍ଷକ, ନିଷ୍ଠାପର, ମିଷ୍ଟଭାଷୀ ବ୍ୟକ୍ତିତ୍ଵ ଏବଂ ପ୍ରଧାନ ଶିକ୍ଷକ ଭାବେ ଅବସର ପ୍ରାପ୍ତ ପରେ ବିଭିନ୍ନ ଜନ ହିତକର କାର୍ଯ୍ୟରେ ଲିପ୍ତଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ପ୍ରଫୁଲ୍ଲ, ପ୍ରସନ୍ନ, କନ୍ୟା ପ୍ରଭମୟୀ, ପ୍ରଣତୀ, ପ୍ରିୟଦର୍ଶିନୀ, ଜାମାତା, ନାତି, ନାତୁଣୀ, ପୁତ୍ରବଧୂ ଆଦି ଉପସ୍ଥିତ ରହି ସ୍ବର୍ଗଦ୍ଵାର ଠାରେ ମର ଶରୀର ସଂସ୍କାର କରାଯାଇଥିଲା। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.