କଳାହାଣ୍ଡି, (ହେମନ୍ତ ସାହୁ): ମୋହନଗିରୀ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ସୁରେନ୍ଦ୍ର ଧାରୁଆ ନିଜର ଅଳ୍ପ ସଂଖ୍ୟକ ସମର୍ଥକଙ୍କ ଗହଣରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟକୁ ଯାଇ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାଯାଇଛି । ସେ ଏହି ଅବସରରେ ମୋହନଗିରୀ ଗ୍ରାମ ପଂଚାୟତର ବିକାଶ ଦିଗରେ ଆଉ ପାଦେ ଆଗେଇ ଯିବେ ବୋଲି କହିବା ସହିତ ଏହି ବିକାଶର ସ୍ୱପ୍ନ କୁ ସାକାର କରିବା ଦିଗରେ ଜନସାଧାରଣଙ୍କ ସମର୍ଥନ ତାଙ୍କପ୍ରତି ରହିବ ବୋଲି କହିଥିଲେ । ତେବେ ସରକାରଙ୍କ ଗାଇଡ଼ଲାଇନ ମୁତାବକ ସେ ଡ଼ିଜିଟାଲ ପ୍ରଚାର ସହିତ ଅଳ୍ପ ସଂଖ୍ୟକ ସମର୍ଥକଙ୍କୁ ନେଇ ଘର ଘର ବୁଲି ଭୋଟ ଭିକ୍ଷା କରିବା ସହିତ ଭୋଟରଙ୍କ ନିକଟତର ହେବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଶ୍ରୀ ଧରୁଆ ପୂର୍ବରୁ ସରପଞ୍ଚ ରହି ଅନେକ ବିକାଶ ମୂଳକ କାର୍ଯ୍ୟ କରି ଲୋକଙ୍କ ପ୍ରିୟଭାଜନ ହେଇ ପାରିଛନ୍ତି ।