କୋରାପୁଟ: ଗ୍ରୀନ ଇଣ୍ଡିଆ ପରିବାର ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ କୋରାପୁଟ ଜିଲ୍ଲାର ସମାଜସେବୀ ତ୍ରିନାଥ ପଟ୍ଟନାୟକଙ୍କୁ ଆଭାସୀ ମାଧ୍ୟମରେ ସୁବାଷ ଚନ୍ଦ୍ର ବୋଷ ଗଲ୍ଲାନ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଅଛି। ସମାଜରେ ଏକ ନୀତି ଆଦର୍ଶରେ ବଞ୍ଚୁଥିବା ମଣିଷ ତ୍ରିନାଥ ନିଜ ଅବସର ସମୟରେ ଗରିବ, ଅସହାୟ, ବୃଦ୍ଧବୃଦ୍ଧା ଏପରିକି ବିଭିନ୍ନ ପଶୁପକ୍ଷୀଙ୍କୁ ସହାୟତା କରିବା ଭଳି କାର୍ଯ୍ୟ କରି ଜିଲ୍ଲା ପାଇଁ ଗୌରବ ପାଲଟିଅଛନ୍ତି। ତ୍ରିନାଥ ସବୁବେଳେ କୁହନ୍ତି ମାନବ ସେବା ହିଁ ଇଶ୍ୱର ସେବା ଯେଉଁଥିରେ ସେ ବହୁତ ତୃପ୍ତି ଲାଭ କରୁଥିବା କହିଅଛନ୍ତି। ତାଙ୍କରି ଏହିଭଳି ସମାଜସେବାକୁ ପ୍ରଶଂସିତ କରିବାକୁ ଯାଇ ଏନ.ଜି. ପି.ଏଫ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସି. ଇ.ଓ ଡ.ନିରଜ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏନ.ଜି.ଏଫର ଅନ୍ତର୍ଜାତୀୟ ମହିଳା ନିର୍ଦ୍ଧେଶକ ଅମ୍ବାସଡର୍ ପୂଜା ଗୁପ୍ତା ଏହି ସୁବାଷ ଚନ୍ଦ୍ର ବୋଷ ଗଲ୍ଲାନ୍ତ୍ରୀ ସମ୍ମାନରେ ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରଦାନ ସ୍ୱରୂପ ସମ୍ବର୍ଦ୍ଧିତ କରିଥିବା ସହ ତାଙ୍କ ସୁସ୍ଥ ନିରାମୟ ଜୀବନର କାମନା ମଧ୍ୟ କରିଥିବା ଜଣାପଡିଛି।