● ରୁପ୍ରା ସମିତିସଭ୍ୟ ପ୍ରାର୍ଥୀନୀ ଭାବେ ନିର୍ବାଚନ ସମରରେ ନାରୀନେତ୍ରୀ ସୁଲୋଚନା ପଟ୍ଟନାୟକ
କଳାହାଣ୍ଡି: ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମର । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରି ଦେଇଛନ୍ତି ପ୍ରାର୍ଥୀ । ଗାଁ ଗାଁରେ ନିର୍ବାଚନୀ ଚର୍ଚ୍ଚା । ଏହାରି ମଧ୍ୟରେ ବାରି ହୋଇ ପଡୁଛନ୍ତି ନର୍ଲା ବ୍ଲକର ରୁପ୍ରା ଗ୍ରାମପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀନୀ ଭାବେ ରଣାଙ୍ଗନକୁ ଓହ୍ଲାଇଥିବା ସୁଲୋଚନା ପଟ୍ଟନାୟକ । ରୁପ୍ରା ପଞ୍ଚାୟତର ସବୁ ଗାଁରେ ତାଙ୍କୁ ନେଇ ଚର୍ଚ୍ଚା । ପୂର୍ବରୁ ଶିକ୍ଷୟିତ୍ରୀ ଭାବେ କାମ କରିସାରିଥିବା ଶ୍ରୀମତୀ ପଟ୍ଟନାୟକଙ୍କ ଉପରେ ଜନମତ ଢଳୁଥିବା ଦେଖାଯାଇଛି । ନାରୀ ଶିକ୍ଷା ଓ ନାରୀ ଜାଗରଣ ପାଇଁ ସର୍ବଦା କାମ କରିଆସୁଥିବାରୁ ତାଙ୍କୁ ଜନତା ନିର୍ବାଚିତ କରିବେ ବୋଲି ସ୍ଥିର କରିଥିବା ରୁପ୍ରାର ରାଜନୈତିକ ସ୍ଥିତିରୁ ଆକଳନ କରାଯାଉଛି । ଜଣେ ଶିକ୍ଷିତ ମହିଳା ଭାବେ ତାଙ୍କର ପ୍ରତିନିଧିତ୍ୱ ପଞ୍ଚାୟତ ପାଇଁ ଏକ ଦକ୍ଷ ନେତୃତ୍ୱ ହୋଇପାରେ ବୋଲି ଲୋକେ ଅନୁଭବ କରୁଛନ୍ତି । ଶ୍ରୀମତୀ ପଟ୍ଟନାୟକ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଜନସାଧାରଣ ତାଙ୍କୁ ଦୃଢ ସମର୍ଥନ କରିବେ ବୋଲି ଖୁବ୍ ଆଶାବାଦୀ ରହିଥିବା ପ୍ରକାଶ କରିଛନ୍ତି ସୁଲୋଚନା ।