ସରପଞ୍ଚ ପ୍ରାର୍ଥୀ ବାଣ୍ଟୁଛନ୍ତି ୫୦୦ ଟଙ୍କିଆ ନୋଟ୍

ବଲାଙ୍ଗୀର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ରାଜନୈତିକ ପାଣିପାଗ ସରଗରମ ରହିଛି । ଯେନତେଣ ଭାବରେ ଭୋଟ ହାତେଇବା ପାଇଁ ନିର୍ବାଚନ ଆଚରଣ ବିଧିକୁ ମଧ୍ୟ ଉଲଂଘନ କରି ଚାଲିଛନ୍ତି କେତେକ ପ୍ରାର୍ଥୀ । ଏଥର ନିର୍ବାଚନରେ ଖୁଲମଖୁଲା ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ । ଭୋଟରଙ୍କ ହାତରେ ଧରେଇ ଦେଉଛନ୍ତି ୫୦୦ ଟଙ୍କିଆ ନୋଟ୍ । ପକେଟରେ ବି ଧରିଛନ୍ତି ବିଡା ବିଡା ଟଙ୍କା । ବଙ୍ଗୋମୁଣ୍ଡା ବ୍ଲକ୍ ଠେମରା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗଙ୍କ ବିରୁଦ୍ଧରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏପରିକି ନିଜେ ଲକ୍ଷ୍ମୀକାନ୍ତ ନିଜ ହ୍ବାଟସଆପ୍ ଷ୍ଟାଟସରେ ପ୍ରଚାର ଓ ଟଙ୍କା ବାଣ୍ଟିବାର ଭିଡିଓ ସେୟାର କରିଛନ୍ତି । ଭିଡିଓ ସେୟାର ହେବାପରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ହୋଇଛି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.