ସୁବର୍ଣ୍ଣପୁର: ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ସୁବର୍ଣ୍ଣପୁର ପକ୍ଷରୁ ବିଶିଷ୍ଟ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରା ଯାଇଥିଲା। ଅନୁଷ୍ଠାନର ସଭାପତି ଗଦାଧର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଡକ୍ଟର ଦେବାଶିଷ ପାଣ୍ଡିଆ, ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ, ବନମାଳି ପଣ୍ଡା, ଗଳ୍ପିକ କ୍ଷୀରୋଦ ବିହାରୀ ବିଶ୍ବାଳ ଓ ଅନେକ ବିଶିଷ୍ଟ ବ୍ୟକ୍ତିବୃନ୍ଦ ଯୋଗଦାନ କରି ସ୍ବର୍ଗତ ବୃନ୍ଦାବନ ନାୟକଙ୍କ ଅଭୁଲା ଗୀତଗୁଡ଼ିକୁ ସ୍ମରଣ କରିବା ସହିତ ତାଙ୍କ ବିଷୟରେ ସ୍ମୃତି ଚାରଣ କରିଥିଲ। ସାଧାରଣ ସଂପାଦକ ଡକ୍ଟର ସୌରଭ ରଂଜନ ଖମାରୀ ଓ ଉପସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ସହସଂପାଦକ ଦେବାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।