କବିତା: ପିକନିକ

✒️ଡୁଇଟ୍ ଡେଭିଡ ଫିଲିପ

ଖୁସି ମନାଇବା ପାଇ
ପିକନିକ, ନେଇ ଗଲ,
ନେବି ନେବି ବହୁତ୍ ଦିନୁ କହୁଥିଲ,
କେତେ ସୁନ୍ଦର ଯାତ୍ରା,
କେତେ ସୁନ୍ଦର କଥାବାର୍ତ୍ତା,
କେତେ ଗୀତ, ମଜା କଥା,
ମୋ ପରି ଲାଜକୁଳୀ ବି,
ମୁହ ଖୋଲି ଗୀତ ଗାଇଲି,
ମୁଁ ବି ଲୁଗାଟେକି, ପାଣି ଆଣିଲି, କାଠ ସାଉଁଟିଲି, ରାନ୍ଧିଲି, ଖେଳିଲି,
ସୁଆଦିଆ ଖାଦ୍ୟ, ମିଶି ଖାଇଲୁ
ତୁମେ ଯାହା କଲ୍ ମୋତେ ସତେ ଭଲ ଲାଗିଲା

ମୋତେ ଜଙ୍ଗଲରେ ଛାଡ଼ି ଦେଲ
ଜାଣି ପାରିଲନି……..

ଅନ୍ଧାର ହୋଇଗଲା
ପାଟି କଲି, ଆବଜ୍ ଦେଲି, ପାଇଲିନି,
ସିର, ସିର, ଶବ୍ଦ
ଭୋ…. ଭୋ…. ସ୍ୱର
ଖାଇ ଯିବ, ମା କହେ ଜଙ୍ଗଲରେ ବାଘ, ଭୂତ ଥାଏ, କି ଭୟଙ୍କର
କଣ ହେବ ଆଗକୁ ଜାଣି ପାରୁନି……

କାହିଁକି ଏ ପିକନିକ୍ ?

ଦେଖାଇଲ କେତେ ରଙ୍ଗିନ, ସ୍ବପ୍ନ,
ବାହାରିବା ଆଗରୁ ମଜା ହେବ ବୋଲି
ରାତିରେ ଶୋଇ ନ ଥିଲି,
ସକାଳୁ ପ୍ରସ୍ତୁତ ହୋଇ ତୁମ ସବୁକଥା ମାନି
ଗାଡିରେ ତମ ସାଙ୍ଗେ ଆସିଲି,

ମୋତେ ଛାଡ଼ି ଚାଲିଗଲ

ପଛର କୀଟ, କୀଟ ଜଙ୍ଗଲକୁ ଫେରି ପାରିବିନି,
ଆଗକୁବି ଜଙ୍ଗଲ, ଯାଇ ପାରିବିନି

ଡରି ଡରି, କାନ୍ଦି କାନ୍ଦି
ଭାବିଲି, ଏଇଠି ଶୋଇଯାଏ…..

ସକାଳ କେତେବେଳେ ହେଲା ଜାଣି ପାରିନି

-ଏ ଉଠ, ତୁ ଏଇଠି ଶୋଇଛୁ,

ମୁଁ ଜାଣି ପାରିନି,
ପିକନିକ ବାବୁ ସାଙ୍ଗରେ ଆସିଥିଲି,
ଛାଡ଼ି ହୋଇଗଲି, ବାବୁ ଘରେ କାମ କରେ,

ତୁ କିଏ,
-ମୁଁ ବି ଜଣେ, ମା ଘରେ କାମ କରେ

ଏଠି?
-ସକାଳୁ ପିକନୀକ ରେ ଛାଡ଼ି ଦେଲା କିଛି ଖାଇବା, କିଛି ଖେଳନା, କେବେ କେବେ ମିଳିଯାଏ,
ମୁଁ ଖୋଜି ଆସେଁ

-ତୁ କିଏ
ଜଣେ ଦଳିତ, ବିକଳାଙ୍ଗ, ଜମି ହିନ, ବାପା ମା ଛେଉଣ୍ଡ, କିଶୋରୀ, ଅପାଠୁଆ

ତୋର କିଏ ଅଛି
କହିଲି ପରା ବାବୁ ଅଛନ୍ତି, ମୁଁ ଛାଡ଼ି ହୋଇଗଲି

ଦୂରରୁ ଶୁଭୁଛି,
ଦୁଇଜଣ କଥା ହେଉଛନ୍ତି,
“ବଜେଟ ୨୦୨୨ ଆସିଲା, ‘ଅମୃତ ବଜେଟ’, ୨୫ ବର୍ଷ ପାଇ ଏହାର ପ୍ରଭାବ ରହିବ ।”

ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.