ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବାସିନ୍ଦା ତଥା ଆଞ୍ଚଳିକ ବସ୍ତ୍ରରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାନଚେରଗାଁର ଇଂରାଜୀ ବିଭାଗରର ଅଧ୍ୟାପକ ଶିଶିର କୁମାର ସାହୁ, ଲୋକ ଭାଷା ପ୍ରଚାର ସମିତି ଦ୍ଵାରା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ ପରିସର , ପୁରୀରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ରାଷ୍ଟ୍ରୀୟ ସଂସ୍କୃତ ମହା ସମ୍ମେଳନରେ ସମ୍ମାନିତ ହୋଇ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଉକ୍ତ ମହାସମ୍ମେଳନର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ, ପ୍ରଖ୍ୟାତ ନ୍ୟୁରୋଲୋଜିଷ୍ଟ ଓ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ଅଶୋକ କୁମାର ମହାପାତ୍ର, ସଭାର ସଭାପତି ଭାବରେ ଡ଼ଃ ସଦାନନ୍ଦ ଦୀକ୍ଷିତ ମୋହଦୟ ଏବଂ ହୃଷୀକେଶ ସ୍ଥିତ ଦିବ୍ୟଜୀବନ ସଂଘର ସ୍ୱାମୀ ଶିବାନନ୍ଦ ସରସ୍ୱତୀ ଯୋଗ ଦେଇଥିଲେ । ଭାରତର ବିଭିନ୍ନ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି, ମହାବିଦ୍ୟାଳୟର ଅଧ୍ୟାପକଙ୍କ ଉପସ୍ଥିତିରେ ପ୍ରଫେସର ଜୟ ଶଙ୍କର ଝା ଙ୍କ ଦ୍ଵାରା ସାହୁଙ୍କୁ ଉପଢୌକନ ଓ ଜଗନ୍ନାଥଙ୍କ ଚିତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଇଂରାଜୀ ଅଧ୍ୟାପକ ହୋଇ ସୁଦ୍ଧା ସଂସ୍କୃତ ସାହିତ୍ୟ ପ୍ରତି ତାଙ୍କର ଅନୁରକ୍ତି, ଜିଜ୍ଞାସା କୁ ସମସ୍ତ ଜ୍ଞାନୀ ଗୁଣୀ ପ୍ରଶଂସା କରିଥିଲେ । ଶ୍ରୀ ସାହୁ ମ.ରାମପୁରର ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁଙ୍କ ବଡ ଭାଇ ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।