ବନ୍ଦ ରହିବ ମଦ ଦୋକାନ: ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି, ଜାଣନ୍ତୁ କାରଣ

ସବୁ ମଦ ଦୋକାନ, ବାର ବନ୍ଦ ପାଇଁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶ

ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ ଡେ ଘୋଷଣା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ । ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମ ଅଞ୍ଚଳରେ ବନ୍ଦ ରହିବ ଦୋକାନ । ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ ଡେ ଘୋଷଣା । ସବୁ ମଦ ଦୋକାନ, ବାର ବନ୍ଦ ପାଇଁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଏହାସହ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବା ପରେ ସହରମାନଙ୍କର ରାଜନୈତିକ ପାଣିପାଗ ଅଧିକ ସରଗରମ ହୋଇଉଠିଛି । ୱାର୍ଡରୁ ୱାର୍ଡ, ସାହି, ଗଳିକନ୍ଦି ସବୁଠି ଜମି ଆସିଲାଣି ପ୍ରଚାର । ତାସାଙ୍ଗକୁ ଶୋଭାଯାତ୍ରା, ସଭା ସମିତି ମଧ୍ୟ ଆରମ୍ଭ ହୋଇଛି । ସହରୀ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ସବୁ ଦଳ ସ୍ୱତନ୍ତ୍ର ଷ୍ଟ୍ରାଟେଜି କରିଛନ୍ତି । ହେଭିୱେଟ୍ ନେତାମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେ । ଏହାବ୍ୟତୀତ ଫେସବୁକ୍, ହ୍ୱାଟ୍ସଆପ୍ ଭଳି ସୋସିଆଲ୍ ମିଡିଆ ପ୍ଳାଟଫର୍ମ ଗୁଡ଼ିକର ବି ଭରପୁର ଉପଯୋଗ କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.