ବେଦାନ୍ତରେ ପୋଲିସ ଲାଠିରେ ଶ୍ରମିକ ମୃତ୍ୟୁ ପ୍ରସଙ୍ଗ : ମାନବାଧିକାର କମିସନକୁ ଭେଟିଲେ ସମାଜବାଦୀ ପାର୍ଟି ନେତା

ଭୁବନେଶ୍ବର,୧୮/୩ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନା ସମ୍ମୁଖରେ ପୋଲିସ ଓ ଶ୍ରମିକ ମୁହାଁମୁହିଁ ବେଳେ ପୋଲିସର ଲାଠି ଚାର୍ଜରେ ଆନ୍ଦୋଳନକାରୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ସମାଜବାଦୀ ପାର୍ଟିର ଏକ ଟିମ୍ ମାନବାଧିକାର କମିସନଙ୍କୁ ଭେଟି ମୃତ ଶ୍ରମିକଙ୍କୁ ନ୍ୟାୟ ପ୍ରଦାନ ଦାବୀ କରିଛନ୍ତି । ସ୍ଥାନୀୟ ଲୋକଙ୍କୁ ବେଦାନ୍ତ ନିଯୁକ୍ତି ଦେଉନାହିଁ ଓ ଆନ୍ଦୋଳନ କାରି ମାନଙ୍କୁ ଦମନ କରିବା ପାଇଁ ସେମାନଙ୍କ ଜୀବନ ନେବାକୁ ପଛାଉନାହିଁ ବୋଲି ମତ ପ୍ରକାଶ ପାଇଛି । ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ରାଜ୍ୟ ଉପସଭାପତି ଶିବ ହାତୀ, ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ରାଜ୍ୟ ଯୁବ ସଭାପତି ଏନ୍. ସମ୍ବିତ ଦାସ, ଲିଟୁ ଜେନା, ଉମେସ ସାହୁ ପ୍ରମୂଖ ଏହି ଦଳରେ ସାମିଲ ଥିଲେ ।

Omkar Vasthu
Omkar Vasthu

ସୁଚନା ଯୋଗ୍ୟଯେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନା କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ଚାକିରି ଦେବା ଦାବିରେ ଆଜି (ସୋମବାର) ଶ୍ରମିକ ମାନେ ଆନ୍ଦୋଳନ କରୁଥିଲେ । ଆନ୍ଦୋଳନକାରୀମାନେ କମ୍ପାନୀ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ । ପୋଲିସ ସେମାନଙ୍କୁ ଆନ୍ଦୋଳନରୁ ବଳ ପ୍ରୟୋଗ କରି ହଟାଇବା ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ଓ ଶ୍ରମିକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ପୋଲିସ ଲାଠି ଚାଳନା କରିବା ଫଳରେ ଦୁଇଜଣ ଶ୍ରମିକଙ୍କ ମୁତ୍ୟୁ ହେବାସହ  ୩୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.