କୋଠଘର ଆମ ସାହିତ୍ୟ ପରିବାର ପକ୍ଷରୁ ବିଷୁବ ମିଳନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସ୍ଥାନୀୟ ଇନ୍ଦିରା ପାର୍କ ପରିସରରେ କୋଠଘର ଆମ ସାହିତ୍ୟ ପରିବାର ପକ୍ଷରୁ ବିଷୁବ ମିଳନ ତଥା କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ନବବର୍ଷ, ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ସଂଗଠନର ପ୍ରତିଷ୍ଠାତା, ସମ୍ପାଦିକା, ସାହିତ୍ୟିକା ଅମ୍ବିକା ସ୍ବାଇଁଙ୍କ ତତ୍ବାବଧାନ ଏବଂ ଅଧ୍ୟାପକ ଭାବଗ୍ରାହୀ ବଳଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବୟତ୍ରୀ ଡ଼ା. ଅନିତା ପଣ୍ଡା ଉପସ୍ଥିତ ରହି ନିଜର ବଳିଷ୍ଠ ବକ୍ତବ୍ୟ ପ୍ରଦାନ କରିଥିଲେ । କବୀ ମିନତି ଦାଶଙ୍କ ସଂଯୋଜନାରେ କବି ଡ଼ଃ. ରମେଶ ମହାନ୍ତି, ଗୀତାଞ୍ଜଳି ମହାନ୍ତି, ନମିତା ପାଇକରାୟ, ରଶ୍ମି ସାମଲ, ଆଶୁତୋଷ ମେହେର, ମଞ୍ଜୁଲତା ସିଂ, ଇତିଶ୍ରୀ ପତି, ଭାରତୀ ପରିଡା, ସୁଭାଗିନୀ ମହାପାତ୍ର ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ସଂଗଠନର ଯୁଗ୍ମ ସମ୍ପାଦକ ଭାଷା ବିଜ୍ଞାନୀ ଡ଼ଃ. ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.