କନକପୁରଠାରେ ଯୁବ କଂଗ୍ରେସ ପକ୍ଷରୁ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ସମ୍ବିଧାନ ପ୍ରଣେତ, ଭାରତର ପ୍ରଥମ ଆଇନ ମନ୍ତ୍ରୀ, ଦଳିତ ଶୋଷିତ ବଞ୍ଚିତ ମାନଙ୍କର ତ୍ରାଣକର୍ତ୍ତା, ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଭାରତ ରତ୍ନ ବାବା ସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ବାର୍ଷିକୀ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଧୁମଧାମରେ ପାଳନ ହୋଇଛି । ସେହି କ୍ରମରେ ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ଗ୍ରାମପଞ୍ଚାୟତ ଉପାନ୍ତ ଅଞ୍ଚଳ ଭାବେ ଜଣାସୁଣା କନକପୁର ଗ୍ରାମଠାରେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ବାବ ସାହେବ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଆମ୍ବଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିବା ବେଳେ ଯୁବ କଂଗ୍ରେସ ସଭାପତି ଶ୍ରୀ ମଙ୍ଗରାଜ ଉପସ୍ଥିତ ଲୋକଙ୍କୁ ବାବା ସାହେବ ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଯୁବ କଂଗ୍ରେସ ସଭାପତି ଲମ୍ବୁ ଜାଲ, ଯୁବ ନେତା ଅନିଲ ମଲିକ ପ୍ରମୁଖଙ୍କ ସମେତ ଶତାଧିକ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.