ସାଧାରଣ ନିର୍ବାଚନ ନେଇ ରାୟଗଡ ଜିଲ୍ଳା ପ୍ରଶାସନର ପ୍ରସ୍ତୁତି ଜୋରଦାର୍

୨୪ ଘଣ୍ଟିଆ ଖୋଲା ଜିଲ୍ଳା ଯୋଗାଯୋଗ କେନ୍ଦ୍ର ତଥା ଭୋଟର ହେଲପ୍ ଲାଇନ ସେଣ୍ଟର

ରାୟଗଡ,୧୯/୩ : ଆସନ୍ତା ଏପ୍ରିଲ ମାସ ୧୧ତାରିଖରେ ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତର ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନୁଯାୟୀ ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଆସି ପଂହଚିଲାଣି । ଚଳିତ ନିର୍ବାଚନକୁ ଅବାଧ, ଭୟମୁକ୍ତ, ନିରପେକ୍ଷ ଭାବେ ସମାପ୍ତ କରିବା ପାଇଁ ଅଣ୍ଟା ଭିଡିଛି ଜିଲ୍ଳା ପ୍ରଶାସନ । ଏ ନେଇ ରାୟଗଡ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଖୋଲାଯାଇଛି ଜିଲ୍ଳା କଟ୍ରୋଲ ସେଣ୍ଟର ତଥା ୨୪ ଘଣ୍ଟିଆ ଭୋଟର ହେଲପ୍ ଲାଇନ୍ । ନିର୍ବାଚନ ସମ୍ବନ୍ଧୀୟ ଯେ କୈାଣସି ତଥ୍ୟ, ଅଭିଯୋଗ ଭୋଟରମାନେ ସିଧାସଳଖ ଭାବେ ୦୬୮୫୬-୨୨୫୪୨୯ହେଲପ୍ ଲାଇନ୍ ନମ୍ବରରେ ଫୋନ କରି ସବୁ ଜାଣିପାରିବେ । ସେହିପରି ମିଡିଆ ସାର୍ଟିଫିକେସନ୍ ସେଣ୍ଟର ଓ ପ୍ରାର୍ଥୀମାନଙ୍କ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ବିଭିନ୍ନ ଟିମ୍ ଗଠନ କରାଯାଇଥିବା ବେଳେ ବିଶେଷ କରି ଏକ୍ସପେଣ୍ଡିଚର ପ୍ଳାଂଇ ସ୍କାର୍ଡ, ଷ୍ଟାଟାଟିକ୍ ସର୍ଭେଲନ୍ସ ଟିମ୍, ଭିଡିଓ ସର୍ଭେଲନ୍ସ ଟିମ ଇତ୍ୟାଦି ଗଠନ କରାଯାଇଛି ।

Omkar Vasthu
Omkar Vasthu

ରାୟଗଡ ଜିଲ୍ଳାରେ ବର୍ତମାନ ସୁଦ୍ଧା ମଧ୍ୟ ଭୋଟର ତାଲିକାରେ ନୂତନ ନାମ ସଂଶୋଧନ, ଯୋଗ ଓ ବାଦ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ରାୟଗଡ, ବିଷମକଟକ ଓ ଗୁଣପୁର ୩ଟି ନିର୍ବାଚନ ମଣ୍ଡଳିରେ ସଂଖ୍ୟା ୬ଲକ୍ଷ ୫୯ହଜାର ୪୨୨ ଭୋଟରଙ୍କ ତାଲିକା ରହିଛି । ଜିଲ୍ଳାରେ ସମୁଦାୟ ୮୭୧ଟି ବୁଥ୍ ଆଦର୍ଶ ବୁଥ୍ ଭାବେ ନିର୍ମାଣ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଇଭିଏମ ଓ ଭିଭିପାଟ ଯନ୍ତ୍ର ବ୍ୟବହାର ନିମନ୍ତେ ବର୍ତମାନ ସୁଦ୍ଧା ୧୦୪୬ଜଣ ପ୍ରିଜାଇଡିଂ ଅଫିସର ଓ ୧୦୪୬ଜଣ ପୋଲିଂ ଅଫିସରଙ୍କୁ ପ୍ରଥମ ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯାଇଥିବା ବେଳେ ଆଗାମୀ ମାର୍ଚ୍ଚ ୨୩ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ପ୍ରଦାନ କରାଯିବ ଏବଂ ଆସନ୍ତା ଏପ୍ରିଲ ମାସର ପ୍ରଥମ ସପ୍ତାହ ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ସମସ୍ତଙ୍କୁ ନେଇ ତାଲିମ ପ୍ରଦାନ ଶେଷ କରାଯିବ ବୋଲି ଜଣାପଡିଛି । ସେହିପରି ଜିଲ୍ଳାର ୩ଟି ନିର୍ବାଚନ ମଣ୍ଡଳି ପାଇଁ ୨୦୬୧ଟି ବାଲେଟ୍ ୟୁନିଟ୍, ୨୦୬୮ କଂଟ୍ରୋଲ ୟୁନିଟ୍ ଓ ୨୨୪୯ଟି ଭିଭିପାଟ ଯନ୍ତ୍ର ପଂହଚି ଥିବା ବେଳେ ୨୦୬୦ଟି ବାଲେଟ୍ ୟୁନିଟ , ୨୦୬୦ଟି କଂଟ୍ରୋଲ ୟୁନିଟ୍ ଏବଂ ୨୨୪୭ଟି ଭିଭିପାଟ ଯନ୍ତ୍ରକୁ ରିଟଣ୍ଣିଂ ଅଫିସରଙ୍କୁ ପ୍ରଦାନ କରାଯାଇଛି । ରାୟଗଡ ଜିଲ୍ଳାରେ କୈାଣସି ଗୋଟିଏ ହେଲେ ସମ୍ବେଦନଶୀଳ ବୁଥକୁ ଚିହ୍ନଟ କରାଯାଇ ନ ଥିବା ବେଳେ ରାୟଗଡ ନିର୍ବାଚନ ମଣ୍ଡଳିରେ ୨୫ଟି, ବିଷମକଟକ ୪୧ଟି ଓ ଗୁଣପୁର ନିର୍ବାଚନ ମଣ୍ଡଳିର ୪୬ଟି ବୁଥରେ ସମୁଦାୟ ୧୧୨ଟି ସିସିଟିଭି କ୍ୟାମେରା ଲଗାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ୯୨ଟି ପୋଲିଂ ସେଂଟରରେ ୱେବ୍ କାଷ୍ଟିଂ କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ନେଇ ନିର୍ବାଚନ ବିଭାଗର ସହକାରୀ ଜିଲ୍ଳାପାଳ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି । ସେହିପରି ଦିବ୍ୟାଙ୍ଗ ଭୋଟରମାନଙ୍କୁ ବୁଥରେ ଭୋଟଦାନ ସାବସ୍ତ୍ୟ କରିବାରେ ବୁଥରେ ସେମାନଙ୍କୁ ସହଯୋଗ କରିବା ପାଇଁ ଦିବ୍ୟାଙ୍ଗ ଭୋଟର ଥିବା ବୁଥଗୁଡିକରେ ୨ଜଣ ଲେଖାଁଏ ସ୍ୱେଚ୍ଛାସେବୀମାନଙ୍କୁ ନିଯୁକ୍ତ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.