ରାୟଗଡ,୨୦/୩ : ରାୟଗଡ ସହର ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡ କ୍ୱାର୍ଟସ ଠାରେ ମଙ୍ଗଳବାର ଦିନ ସିଆରପିଏଫ ବାଟାଲିୟନ ପ୍ରତିଷ୍ଠାର ୮୦ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେଶ ପାଇଁ ବଳିଦାନ ଦେଇଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ ୪ର୍ଥ ବାଟାଲିୟନ ସିଆରପିଏଫ କମାଣ୍ଡଡେଣ୍ଟ ଓ୍ବାଇ.କେ.ରାଜପୁତ, ସେକେଣ୍ଡ ଇନ କମାଣ୍ଡଡେଣ୍ଟ ଶ୍ରୀମତି ମିତୁ ରଏ,ଡେପୁଟି କମାଣ୍ଡଡେଣ୍ଟ ଅଶୋକ ପି.ଏମ.ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।
ସିଆରପିଏଫ ପକ୍ଷରୁ ବିଭିନ୍ନ ଜନସଂପର୍କ କାର୍ଯ୍ୟକ୍ରମ କରାଯାଇ ଅଂଚଳରେ ସ୍ଥିରତା,ପ୍ରଶାନ୍ତି ଓ ଭାଇଚାରାକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି ବୋଲି ସମାଜକୁ ଏକ ସୁନ୍ଦର ସନ୍ଦେଶ କମାଣ୍ଡଡେଣ୍ଟ ଓ୍ବାଇ.କେ.ରାଜପୁତ ପ୍ରଦାନ କରିଥିଲେ । ସେହିପରି ଏହି ଦିବସ ପାଳନ ପରିପ୍ରେକ୍ଷିରେ ହେଡ କ୍ବାର୍ଟସ ପରିସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ଭଲିବଲ ମ୍ୟାଚ ସହ ଅନ୍ୟାନ୍ୟ ପ୍ରତିଯୋଗିତାମାନ ଅନୁଷ୍ଠିତ କରାଯାଇଥିଲା । ସୁରକ୍ଷା ବଳ ଯବାନଙ୍କ ମଧ୍ୟରେ ପ୍ରେରଣାଦାନ ଭାବାତ୍ମକ ଚିନ୍ତାଧାରା ବଜାୟ ରଖିବା ପାଇଁ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ବିତରଣ କରାଯାଇଥିଲା । ୮୦ତମ ପ୍ରତିଷ୍ଠା ଦିବସର ସମସ୍ତ କାର୍ଯ୍ୟକ୍ରମକୁ ସିଆରପିଏଫର ଅଧିକାରୀ ଓ ଯବାନମାନେ ମିଶି ପରିଚାଳନାରେ ସହଯୋଗ କରିଥିଲେ ।
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in