ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ପ୍ରଥମ ଦିନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ବାଲିଗୁଡା ଠାରେ ପରୀକ୍ଷାର୍ଥୀ ମାନେ ମାଟ୍ରିକ ପରୀକ୍ଷା ୩ଗୋଟି ସେଣ୍ଟରରେ ଦେଉଛନ୍ତି । ସେଣ୍ଟର ଗୁଡିକ ହେଲା ବାଲିଗୁଡାର ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ବଡ଼ଗାଁ । ବାଲିଗୁଡା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ୧୮୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୧ ଜଣ ପରୀକ୍ଷା ଦେଇଥିଲେ । ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ରେ ୨୦୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୯ ଜଣ ପରୀକ୍ଷା ଦେଇଥିଲେ । ବଡ଼ଗାଁ ସେଣ୍ଟରର ପରୀକ୍ଷା ଖବର ଆମର ହସ୍ତଗତ ହୋଇ ପାରିନାହିଁ । ଏହି ସେଣ୍ଟର ମାନଙ୍କରେ ସରସ୍ବତୀ ଶିଶୁମନ୍ଦିର, ବନବାସୀ ସେବା ସମିତି ଏବଂ କୁଟିକିଆର ପରୀକ୍ଷାର୍ଥୀ ଏହି ସେଣ୍ଟରରେ ପରୀକ୍ଷା ଦେଇଥିଲେ ।ପ୍ରଥମ ଦିନରେ ପରୀକ୍ଷାର୍ଥୀଙ୍କ ଭିତରେ ପ୍ରବଳ ଉତ୍ସାହ ଅନୁଭୂତ ହୋଇଥିବା ଦେଖିବାକୁ ମିଳିଥିଲା ।





