ଆଜି ବିଶ୍ୱ କବିତା ଦିବସ। ୧୯୯୯ ମସିହାରେ ୟୁନେସ୍କୋ ଦ୍ୱାରା ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ କବିତା ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ନିଆଯାଇଥିଲା। ୟୁନେସ୍କୋର ଘୋଷଣାନାମା ଅନୁସାରେ ଏହାର ମୂଳ ଉଦ୍ଦେଶ୍ୟ ହେଲା ସାରା ବିଶ୍ୱରେ କବିତା ଲେଖିବା, ପଢିବା, ପ୍ରକାଶନ କରିବା ଦିଗରେ ପ୍ରୋତ୍ସାହନ ଦେବା ତଥା କବିମାନଙ୍କୁ ସମ୍ମାନିତ କରିବା। ଏଥିସହ ଆଞ୍ଚଳିକ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କବିତା ଆନ୍ଦୋଳନକୁ ମାନ୍ୟତା ଏବଂ ପ୍ରୋତ୍ସାହନ ପ୍ରଦାନ କରିବା।