ଉତ୍କଳ ଆଲୁମିନାରେ ‘ବିଶ୍ୱ ପରିବେଶ ଦିବସ’ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶିପୁର: ଧରିତ୍ରୀ ମାତାକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ଦିଗରେ ଏହାର ନିରନ୍ତର ପ୍ରୟାସରେ ଆଦିତ୍ୟର ଏକ ସହଯୋଗୀ ସଂସ୍ଥା ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପକ୍ଷରୁ ୨୦୨୨ ଜୁନ୍‍ ୫ ତାରିଖରେ ଏହାର ଓଡଶାପଡା ସହରାଞ୍ଚଳ ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳଗୁଡିକରେ ବ୍ୟାପକ ବୃକ୍ଷଚାରା ରୋପଣ ସହିତ ବିଶ୍ୱ ପରିଦେଶ ଦିବସ ପାଳିତ ହୋଇଯାଇଛି । ଏକ ଅନନ୍ୟ ପ୍ରୟାସ ସ୍ୱରୂପ ଉତ୍କଳ ଆଲୁମିନା ପକ୍ଷରୁ ଅଳ୍ପ କିଛି ଅଞ୍ଚଳକୁ କଫି ଚାଷ କାର୍ଯ୍ୟକ୍ରମ ଅଧୀନରେ ବିକଶିତ କରାଯାଇଛି । ଉତ୍କଳ ଆଲୁମିନାର କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଗଣ ଏହି ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜୁନ୍‍ ୫ ତାରିଖରେ ପ୍ରାୟ ୬୦୦ କଫି ଚାରା ରୋପଣ କରିଥିଲେ । ଆଜି ପର୍ଯ୍ୟନ୍ତ ଉତ୍କଳ ଆଲୁମିନା ଓଶାପଡା ସହରାଞ୍ଚଳ ପରିସରରେ ୭୨୦୦ ସିଲ୍‍ଭର ଓକ୍‍ ସହିତ ୧୪୨୦ କଫି ଚାରା ରୋପଣ କରାଯାଇସାରିଛି ।

Omkar Vasthu
Omkar Vasthu


ଚତୁର୍ପାଶ୍ବରେ ଥିବା ଲଣ୍ଡା ପାହାଡଗୁଡିକୁ ଦେଖି ଏବଂ ପୁଣି ଜଙ୍ଗଲ ଫେରାଇ ଆଣିବା ନିମନ୍ତେ ବିଶ୍ୱ ପରିଦେଶ ଦିବସ ପାଳନ ଅବସରରେ ବିଭିନ୍ନ ଗୋଷ୍ଠୀ ସ୍ଥଳରେ ବିହନ ବଲ୍‍ ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଏବଂ ବାସ୍ତବ ପ୍ରଦର୍ଶନ ଆୟୋଜନ କରାଯାଇଥିଲା । ଏହି ଅବସରରେ ଗୋଷ୍ଠୀଗୁଡିକ ଦ୍ୱାରା ବିହନ ବଲ୍‍ ପ୍ରସ୍ତୁତ କରାଯାଇ ସେଗୁଡିୁ ଜଙ୍ଗଲ ପୁନଃସୃଷ୍ଟି ଉଦ୍ଦେଶ୍ୟରେ ଲଣ୍ଡା ପାହାଡଗୁଡିକରେ ନିକ୍ଷେପ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପିଲାଙ୍କ ଠାରୁ ନେଇ ମହିଳା, ବୟସ୍କ ବ୍ୟକ୍ତି ଅତି ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ । ସେମାନେ ସ୍ଥାନୀୟ ବିହନ, ଗୋବର, ଗୋମୂତ୍ର, ହୁଙ୍କା ମାଟି ଆଦି ପ୍ରାକୃତିକ ଉପାଦାନକୁ ନେଇ ବିହନ ବଲ୍‍ ପ୍ରସ୍ତୁତ କରିବା ସହିତ ସେଗୁଡିକୁ ଲଣ୍ଡା ପାହାଡରେ ବିକ୍ଷିପ୍ତ ଭାବରେ ନିକ୍ଷେପ କରିଥିଲେ । ପିଲାମାନେ, ସ୍ଥାନୀୟ ଗୋଷ୍ଠୀ ଏବଂ ଉତ୍କଳ ଆଲୁମିନାର ଟିମ୍‍ ବିହନ ବଲ୍‍ଗୁଡିକ ନିକ୍ଷେପ କରାଯିବା କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ଉତ୍କଳ ଆଲୁମିନାର ୟୁନିଟ ହେଡ୍‍, ଶ୍ରୀ ମଜହର ବେଗ୍‍ ଉଲ୍ଲେଖ କରିଥିଲେ ଯେ, ଆମେ ସମସ୍ତେ ସ୍ୱର୍ଗୀୟ ପ୍ରକୃତି ଦ୍ୱାରା ଆଶୀର୍ବାଦପ୍ରାପ୍ତ ହୋଇଛୁ । ତେଣୁ ଆମେ ସମସ୍ତେ ମିଶି ଆମ ପରିବେଶ ବ୍ୟବସ୍ଥାର ପୁନଃସୃଷ୍ଟି, ପୁନଃ ପରିକଳ୍ପନା ଏବଂ ତାହାର ପୁନରୁଦ୍ଧାର କରିବା ଉଚିତ । ଧରିତ୍ରୀ ମାତାର ସୁରକ୍ଷା ଏବଂ ସଂରକ୍ଷଣ ଦିଗରେ ଉତ୍କଳ ଆଲୁମିନାର ପ୍ରତିବଦ୍ଧତା ସମ୍ପର୍କରେ ସେ ଗୁରୁତ୍ୱର ସହିତ ପ୍ରକାଶ କରିଥିଲେ । ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍‍ ତାହାର ପାରିପାର୍ଶ୍ୱିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ନିଜର ସିଏସ୍‍ଆର ପ୍ରୟାସସମୂହକୁ କାର୍ଯ୍ୟକାରୀ କରିବା
ଦିଗରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରୁଛି ।ମୋଟାମୋଟି ଭାବରେ ୟୁଏଆଇଏଲ୍‍ ଓଡ଼ିଶାରେ ୮୪ଟି ଗ୍ରାମରେ ନିୟୋଜିତ ରହିବା ସହିତ ୩୦,୦୦୦ରୁ ଅଧିକ ଲୋକଙ୍କୁ ସେବା ଯୋଗାଇ ଦେଉଛି ।

Udyog Nursery
Udyogi Nursery

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.