ରାୟଗଡ଼ ନିର୍ବାଚନ ମଣ୍ଡଳୀରେ ବୁଲିଲା ଭୋଟର ସଚେତନତା ରଥ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଆଜି ଠାରୁ ଗଡିଲା ଭୋଟର ସଚେତନତା ରଥ । ରାୟଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଓ ଉପଜଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଭୀମସେନ ଶବର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ନିର୍ବାଚନ ଡେପୁଟି କଲେକ୍ଟର ନାରାୟଣ ମିଶ୍ର , ରାୟଗଡ଼ ବିଡିଓ ଲକ୍ଷ୍ମି ନାରାୟଣ ସାବତ, ସହକାରୀ ଜିଲ୍ଲାପାଳ ପୁଷ୍ପାଞ୍ଜଳି ଚୌଧୁରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂର୍ଯ୍ୟ ନାରାୟଣ ମହାରଣା , ରାୟଗଡ଼ ଜିପିଇଓ ଗୋପାଳ ପଣ୍ଡା , ରାୟଗଡ଼ ପୌରପାଳିକାର ନିର୍ବାଚନ ସହାୟକ ଚନ୍ଦ୍ରଶେଖର ରଥ, ଶିକ୍ଷକ ନିଳାଞ୍ଚଳ ମିଶ୍ର ତଥା ଅନ୍ୟ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ରଥର ଭବ୍ୟ ସ୍ଵାଗତ ଜଣାଇଥିଲେ । ଏହି ରଥ ପ୍ରଥମ ଦୁଇଦିନ ରାୟଗଡ଼ ପୌରପାଳିକାର ପ୍ରତି ସାହି ବୁଲି ଭୋଟର ନମ୍ବର ସହ ଆଧାର ସଂଯୋଗ ବାର୍ତ୍ତା ପ୍ରଚାର କରିବ । ପରେ ରାୟଗଡ଼ ଓ କାଶିପୁର ବ୍ଲକର ପୁରପଲ୍ଲୀରେ ବୁଲି ଆଧାର – ଭୋଟର ନମ୍ବର ସଂଯୋଗିକରଣ ନିମନ୍ତେ ଏହି ରଥ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସହରାଞ୍ଚଳରେ ଆଧାର ସଂଯୋଜିକରଣ କମ୍ ହୋଇଥିବାରୁ ଏଭଳି ଅଭିନବ ପଦକ୍ଷେପ ନିଆଯାଇଥିବା ଉପଜିଲ୍ଲାପାଳ ଶ୍ରୀ ଶବର ପ୍ରକାଶ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଅଯୋଗ୍ୟ ବ୍ୟକ୍ତିଙ୍କୁ ବାଦ୍ ଦେବା ସହ ନୂତନ ଓ ଯୋଗ୍ୟ ଭୋଟରଙ୍କ ପଞ୍ଜିକରଣ ଓ ସଂଯୋଗି କରଣ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମସ୍ତ ଭୋଟର ନିଜେ ନିଜ ଫୋନରେ ଭୋଟର ହେଲ୍ପ ଲାଇନ ମାଧ୍ୟମରେ ଭୋଟର ନମ୍ବର ସହ ଆଧାର ସଂଯୋଗୀ କରଣ କରିପାରିବେ। ଆବଶ୍ୟକ ସ୍ଥଳେ ବୁଥ ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ମଧ୍ୟ ଏହା ସହଜରେ ହୋଇପାରିବ । ଏଥି ନିମନ୍ତେ ସଚେତନତା ରଥ ବିଭିନ୍ନ ପୋଷ୍ଟର, ବ୍ୟାନର, ରଙ୍ଗୀନ ବେଲୁନ ରେ ସଜ୍ଜିତ ହୋଇଥିବା ସ୍ଥଳେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା ଆହ୍ଵାନ ପ୍ରଚାର କରିଥିଲା । ଜିଲ୍ଲାରେ ଭୋଟର ନମ୍ବର ସହ ଆଧାର ଲିଙ୍କ ହେବା ଫଳରେ ଆଉ ମିଥ୍ୟା ଓ ଦୋହରା ଭୋଟର ରହିବେ ନାହିଁ । ଏଣୁ, ସମସ୍ତ ଜନସାଧାରଣ, ପ୍ରେସ ଓ ଇଲେକ୍ଟ୍ରୋନିକ ମିଡିଆ ବନ୍ଧୁ ତଥା ବିଭାଗୀୟ ଅଧିକାରୀଙ୍କ ସହଯୋଗିତାର ଆବଶ୍ୟକ ରହିଛି ବୋଲି ଜିଲ୍ଲାପାଳ ସ୍ଵଧାଦେବ ସିଂ ଲୋଡିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.