ପ୍ରେମରେ
ସାରାଜୀବନ ମୋ ପ୍ରେମରେ
ପୁଣ୍ୟ ପାପ
ମିଶ୍ରିତ ସଉଧ
ଗଢ଼ା ଏକ ଶରୀର
ଖରା ବର୍ଷା ବସନ୍ତ ରେ
ତଥାପି ମୁଁ
ଏକୁଟିଆ ଏକୁଟିଆ
ଏ ପ୍ରେମରେ
ହଁ ଏବେ ମୁଁ ପ୍ରେମରେ ।
ପ୍ରେମରେ
ନିର୍ଲିପ୍ତ ନିର୍ଭାକ
ସାରା ହୃଦୟ ମୋ ପ୍ରେମରେ
ଓଦାମାଟି ବାସ୍ନା ରୁ
ତା ପୁଣି
ଗହଳ ଅନ୍ଧାର ଶିଖା
ଆଉ ଦୂର ବାୟା ବସା
ସମୟର ଦୋଛୋକିରେ
ଝୁଲନ୍ତା ଶବ
ହଁ ତେବେ ବି
ସ୍ପିନ୍ଦିତ ମୋ ହୃଦୟ
ପ୍ରେମରେ
ଆଖିରେ ଓଠରେ
ଭର୍ତ୍ତି ଫଗୁଣ
ପ୍ରେମରେ
ଏ ମନର ଶୀତଲତା ଏବେ ଭିଜା
ପ୍ରେମରେ ହଁ ପ୍ରେମରେ
ଏବେ ମୁଁ ପ୍ରେମରେ ।
ତପନ କୁମାର ସାହୁ
ମୋ: ୭୩୨୮୦୦୧୫୭୫
ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ଆମ ହ୍ଵାଟ୍ସଆପ ଗ୍ରୁପ ଜଏନ୍ କରନ୍ତୁ👇
https://chat.whatsapp.com/IBSnOQ6qsPPJUVoq1ko4wG