କଳାହାଣ୍ଡି: ଭୋଟ୍ ଗ୍ରହଣ ପାଇଁ ନିୟୋଜନ ହେବ ୨୧୬୨ ଯାନବାହନ

କଳାହାଣ୍ଡି,୬/୪: ଆସନ୍ତା ୧୧ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ଭୋଟ୍ ଗ୍ରହଣ ହେବ । ଏଥିରେ ପୋଲିଂ ପାର୍ଟି, ପୋଲିସ, ପର୍ଯ୍ୟବେକ୍ଷକମାନଙ୍କ ନିମନ୍ତେ ସମୁଦାୟ ୨୧୬୨ଟି ଯାନବାହନର ଆବଶ୍ୟକ ରହିଛି । ସେଥିରେ ୬୨୭ ଟି ବସ, ୯୬୦ ବୋଲେରୋ, ୧୨୮ଟି ଟାଟା ମେଜିକ୍, ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପାଇଁ ୨୨ ଟି ସ୍କର୍ପିଓ ଓ ଇନୋଭା ଏବଂ ଭିନ୍ନକ୍ଷମ ମତଦାତାମାନଙ୍କୁ ବିଭିନ୍ନ ସ୍ଥାନରୁ ମତଦାନ କେନ୍ଦ୍ରକୁ ନେବା ଆଣିବା ପାଇଁ ୫୨୪ ଟି ଅଟୋ ରିକ୍ସା ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ୬୨୭ଟି ବସ ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ୧୭୦ଟି ବସ୍ ସମେତ ବଲାଙ୍ଗିର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାରୁ ୪୮୦ଟି ବସ୍ ମଗାଯାଇଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ପ୍ରକାଶ କରିଛନ୍ତି । ସେହିପରି ଆବଶ୍ୟକ କରୁଥିବା ୯୬୦ଟି ବୋଲେରୋ ମଧ୍ୟରୁ ପୋଲିଂ ପାର୍ଟି ନିମନ୍ତେ ୭୦୩ଟି ବୋଲେରୋ ଓ ପୋଲିସ ନିମନ୍ତେ ୨୫୭ଟି ବୋଲେରୋ ବ୍ୟବସ୍ଥା କରାଯାଇଛି । ପୋଲିଂ ପାର୍ଟି ନିମନ୍ତେ ଆବଶ୍ୟକ କରୁଥିବା ୧୨୮ଟି ଟାଟା ମେଜିକ୍ ନିମନ୍ତେ ୧୭୦ଟି ଟାଟା ମେଜିକ୍ ମଗାଯାଇଛି । ସେହିପରି ପର୍ଯ୍ୟବେକ୍ଷକମାନଙ୍କ ନିମନ୍ତେ ୩୯ଟି ସ୍କର୍ପିଓ ଓ ଇନୋଭା, ଭିନ୍ନକ୍ଷମ ମତଦାତାମାନଙ୍କ ପାଇଁ ୬୬୬ଟି ଅଟୋରିକ୍ସା ବ୍ୟବସ୍ଥା କରାଯାଇଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଣ୍ଢି ପ୍ରକାଶ କରିଛନ୍ତି । ଚଳିତ ନିର୍ବାଚନ ପରିଚାଳନା ନିମନ୍ତେ କଳାହାଣ୍ଡି ଜିଲ୍ଲାରେ ୨୧୬୨ଟି ଯାନବାହାନ ଆବଶ୍ୟକ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ୨୨୨୬ଟି ଯାନବାହନ ବ୍ୟବସ୍ଥା କରାଯାଇଛି ।

ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ଆମ ହ୍ଵାଟ୍ସଆପ ଗ୍ରୁପ ଜଏନ୍ କରନ୍ତୁ👇

https://chat.whatsapp.com/IBSnOQ6qsPPJUVoq1ko4wG

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.