ଶ୍ରୀରାମ କଥା କମିଟି ଆନୁକୂଲ୍ୟରେ ପରମ ପବିତ୍ର ରାମ କଥା ଶ୍ରବଣ କଲେ ନୂଆପଡାବାସୀ

ନୂଆପଡା : ସ୍ଥାନୀୟ ତେଲିପଡା ଠାରେ ପବିତ୍ର ହିନ୍ଦୁ ନବ ବର୍ଷ ଅବସରରେ ଶ୍ରୀ ରାମ କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଚଳିତ ମାସ ୬ତାରିଖ ହିନ୍ଦୁ ନବବର୍ଷରେ ଏକ ବିଶାଳ ରେଲି ତେଲିପଡାରୁ ବାହାରି ନୂଆପଡା ନଗର ପରିକ୍ରମା କରିଏହି କାର୍ଯ୍ୟକ୍ରମ ଆରମ୍ବ ହୋଇଥିଲା । ପ୍ରତେକ ଦିନ ସନ୍ଧ୍ୟା ୬ଟା ରୁ ୧୦ଟା ପର୍ଯ୍ୟନ୍ତ ଶ୍ରୀଧାମ ବୃନ୍ଦାବନରୁ ଶ୍ରୀ ଅଶୋକ ଭରଦ୍ୱାଜଙ୍କ ଦ୍ୱାରା ଏଠାରେ ଶ୍ରୀ ରାମକଥା ପାଠ କରାଯାଉ ଥିଲା । ପ୍ରତେକ ସନ୍ଧ୍ୟାରେ ସମସ୍ତ ଭକ୍ତ ଗଣ ଙ୍କ ପାଇଁ ଶ୍ରୀରାମ କଥା କମିଟି ନୂଆପଡା ଓ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଭୋଜନ ଭୋଗର ବ୍ୟବସ୍ଥା କରାଯାଇଥିଲା । ସଦରର ଶ୍ରୀ ଶଙ୍କରଲାଲ ଜୈନ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ କାନ୍ତିବାଇ ଜୈନ ଏହି କାର୍ଯ୍ୟକ୍ରମ ରେ କର୍ତ୍ତା ଭାବେ ପୂଜାବିଧି ସମ୍ପର୍ଣ୍ଣ କରିଥିଲେ ।

ଶ୍ରୀରାମ କଥା କମିଟି ନୂଆପଡାର ସଭାପତି ଶ୍ରୀ ପ୍ରସନ୍ନ କୁମାର ପାଢ଼ୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସଭାପତିତ୍ୱ କରିଥିବା ବେଳେ କମିଟି ଉପସଭାପତି ମୁରଲୀ ସୁନା, ସମ୍ପାଦକ କୃଷ୍ଣ ଚନ୍ଦ୍ର ସିଂ, କୋଷାଧକ୍ଷ ଟଙ୍କଧର ସାହୁ (ଟୁକୁ ସାହୁ ), ସୁରେଶ ଅଗ୍ରୱାଲ, ବିଷ୍ଣୁ ଚରଣ ଭୁୟାଁ, ହରି ସାହୁ, ଶିବ ତିୱାରୀ, ସୁଶାନ୍ତ ପତି, ଲୋକନାଥ ରଥ, ପୁରୁଷୋତ୍ତମ ସାହୁ, ଡ଼ ବାସୁଦେବ ସାହୁ, ଜୟମାଧବ ହୋତା, ଗୋପାଳ ସାହୁ ତଥା ସମସ୍ତ ନଗର ବାସୀ ସହଯୋଗ କରିଥିଲେ ।

ନୂଆପଡା ପ୍ରତିନିଧି ମହେନ୍ଦ୍ର କୁମାର ବାଗଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.