କଳାହାଣ୍ଡି,୧୩/୪ :ପବିତ୍ର ଶ୍ରୀରାମ ନବମୀ ଅବସରରେ ଆଜି ମ.ରାମପୁର ପାଇକପଡ଼ା ସ୍ଥିତ ଶ୍ରୀରାମ ମନ୍ଦିରଠାରେ ନବମୀ ପୂଜା ମହାସମାରୋହରେ ପାଳିତ ହେଇଯାଇଛି । ଏଥି ସହିତ ଏହି ପୂଜା ମ.ରାମପୁର ବ୍ଲକର ବିଭିନ୍ନ ଗ୍ରାମରେ ଆଜି ଅନୁଷ୍ଠିତ ହେବା ଉତ୍ସବ ମୁଖର ହେଇଛି ପୁରପଲ୍ଲୀ । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ମଧ୍ୟ ଶ୍ରୀରାମନବମୀ ପୂଜା ପ୍ରଧାନାଚାର୍ଯ୍ୟ ଗୋପାଳକୃଷ୍ଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଆଜିଠାରୁ ଚଉଦ ଦିନ ଧରି ଶ୍ରୀରାମଲୀଳା ନାଟକ ବିଭିନ୍ନ ମଂଚରେ ଅଭିନୀତ ହେବ । ତେବେ ଗତ କିଛି ବର୍ଷ ଧରି ମ.ରାମପୁର ସ୍ଥିତ ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ନିଜର ପ୍ରତିଷ୍ଠିତ କଳାକାରମାନଙ୍କୁ ନେଇ ଶେଷ ପାଂଚ ଦିନ ଧରି ଶ୍ରୀରାମ ଲୀଳାର ପାଂଚଟି କାଣ୍ଡ ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ପାଇଁ ଏକ ସ୍ୱତନ୍ତ୍ ପରିଚୟ ସୃଷ୍ଟି କରିପାରିଛି । ଏହି ରାମଲୀଳା ଦେଖିବା ପାଇଁ କଳାହାଣ୍ଡି ଜିଲ୍ଲା ସମତେ ପଡ଼ୋଶୀ କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା ଅଂଚଳର କଳାକାର ତଥା ବହୁଦର୍ଶକଙ୍କ ସମାଗମ ହେଇଥାଏ । ଏହି ଅନୁଷ୍ଠାନ ପ୍ରତିବର୍ଷ ବିଭିନ୍ନ ପ୍ରତିଷ୍ଠିତ କଳାକାରଙ୍କୁ ନିଜର ଉନ୍ନତ କଳା ପ୍ରଦର୍ଶନ ପାଇଁ ସମ୍ମାନୀତ ମଧ୍ୟ କରିଥାଏ । ଚଳିତ ବର୍ଷ ମଧ୍ୟ ଏହି ଶ୍ରୀରାମଲୀଳା ନାଟକ ଆସନ୍ତା କୋଡ଼ିଏ ତାରିଖରୁ ଆରମ୍ଭ ହେବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇