ନର୍ଲା ମିଶନ ଶକ୍ତିର ଋଣ ମେଳା କାର୍ଯ୍ୟକ୍ରମ

୬୨୧ ମହିଳା ଗୋଷ୍ଠୀଙ୍କୁ ୧୨ କୋଟି ୪ ଲକ୍ଷ ଟଙ୍କା ଋଣ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ରେ ଆଜି ଶୁକ୍ରବାର ଅନୁଷ୍ଠିତ ହୋଇଛି ନର୍ଲା ମିଶନ ଶକ୍ତିର ଋଣ ମେଳା କାର୍ଯ୍ୟକ୍ରମ । ଏଥିରେ ନର୍ଲା ବ୍ଲକ୍ ଅଞ୍ଚଳର ୧୭୭ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ କୋଟି ୫୦ ଲକ୍ଷ ୨୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି । ନର୍ଲା ବ୍ଲକ ର ସମ୍ମେଳନ କକ୍ଷରେ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ । ଦୀପ ପ୍ରଜ୍ୱଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସଦସ୍ୟା ନମ୍ରତା ସାହୁ, ଲିଲି ଦୀପ, ବ୍ୟାଙ୍କ ଅଫ୍ ଇଣ୍ଡିଆ ନର୍ଲା ଶାଖାର ଶାଖା ପରିଚାଳକ ଖଗେଶ୍ୱର ଭୋଇ, ଏଚଡିଏଫସି ବ୍ୟାଙ୍କ ଭବାନୀପାଟଣା ଶାଖାର ଶାଖା ପରିଚାଳକ ଘନଶ୍ୟାମ ବିଶ୍ୱାଳ, କାନାରା ବ୍ୟାଙ୍କ ରୁପ୍ରାରୋଡ ଶାଖାର ଶାଖା ପରିଚାଳକ ଭୁଜ ବାଗ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅମ୍ବିତ ପାଢୀ ପ୍ରମୁଖ ମଞ୍ଚାସୀନ ରହି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯାଉଥିବା ଋଣ ଏବଂ ଏହାର ସଦ୍ ବିନିଯୋଗ ବିଷୟରେ ଆଲୋଚନା କରି ମାର୍ଗଦର୍ଶନ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଥମେ ନର୍ଲା ବିଡିଓ ଶ୍ରୀମତୀ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିପିସି ରୋହିତ କୁମାର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ । ଲାଇଭଲିହୁଡ ମିଶନର ସନତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ନର୍ଲା ବ୍ଲକ୍ ଅଧିନସ୍ଥ ୧୭୭ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ୭୦୦ ରୁ ଉଦ୍ଧ୍ୱର୍ ମହିଳା ସଦସ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅନୁ୍ୟନ ୨ ଲକ୍ଷ ଟଙ୍କା ଓ ୫ ଗୋଟି ଗୋଷ୍ଠୀଙ୍କୁ ସର୍ବାଧିକ ୬ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ପ୍ରଦାନ କରାଯାଇଥିବା ଜଣାପଡିଛି । ନର୍ଲା ଅଞ୍ଚଳର ସମସ୍ତ ବ୍ୟାଙ୍କର ପ୍ରତିନିଧି, ବିପିଏସିଏ ପୂର୍ଣ୍ଣଚନ୍ଦ୍ର ବୁଦ୍ଧିଆ, ନର୍ଲା ଆଇସିଡିଏସ୍ ର ଚୈତନ୍ୟ ସାହୁଙ୍କ ସମେତ ସମସ୍ତ ଆଇସିଡିଏସ୍ କର୍ମଚାରୀ, ସମସ୍ତ ଗ୍ରାମ ପଞ୍ଚାୟତର ମାଷ୍ଟର ବୁକ୍ କିପର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨୯ ରେ ନର୍ଲା ବ୍ଲକ ଅଧିନସ୍ଥ ୨୧୬ ଗୋଟି ଗୋଷ୍ଠିଙ୍କୁ ୫ କୋଟି ୬୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଏହି କ୍ରମରେ ଚଳିତ ବର୍ଷ ନର୍ଲା ବ୍ଲକ ଅଧିନସ୍ଥ ୬୨୧ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ୧୨ କୋଟି ୪ ଲକ୍ଷ ୨୦ ହଜାର ଟଙ୍କାର ଋଣ ନର୍ଲା ଭାରତୀୟ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, କାନାରା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ବିସିସିବି ଓ ୟୁଜିବି ବ୍ୟାଙ୍କ ଗୁଡିକ ଜରିଆରେ ଋଣ ପ୍ରଦାନ କରାଯାଇଥିବା ଜଣାପଡିଛି । କାର୍ଯ୍ୟକ୍ରମ ଶେଷରେ ସିଡିପିଓ ଶ୍ରୀମତୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.