ଲଡୁଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୨୮ତମ ବାର୍ଷିକ କ୍ରୀଡା ମହୋତ୍ସବ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୨୮ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଚାଲିଥିବା ଏହି କ୍ରୀଡା ସମାରୋହର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଲଡ଼ୁଗାଁ ସରପଞ୍ଚ ନକୁଳ ନାଏକ ଯୋଗଦେଇ ହନୁମାନ ମନ୍ଦିରରୁ ବାହାରି ନଗର ପରିକ୍ରମା କରିଥିବା କ୍ରୀଡା ମଶାଲକୁ ସ୍ଥାପନ କରି ସାମୁହିକ ପ୍ୟାରେଡର ଅଭିବାଦନ ସହ ଉଦଘାଟନ କରିଥିଲେ।ଖେଳ ଶିକ୍ଷକ ବୀରେନ୍ଦ୍ର ନାରାୟଣ ଦାସ ଓ ଚିଲିଗୁଡା ସ୍କୁଲର ଖେଳ ଶିକ୍ଷକ କିଷନ ଧଙ୍ଗଡ଼ାମାଝୀଙ୍କ ନେତୃତ୍ୱରେ ୨୨ଗୋଟି ବିଭାଗରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଅଧ୍ୟାପକ ପ୍ରେମାନନ୍ଦ ସାହା ଧାରା ବିବରଣୀ ପ୍ରଦାନ କରିଥିଲେ। ସେହିପରି ଭାବେ ଆଜି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରଫୁଲ୍ଲ ମାଝୀ, ସମ୍ମାନିତ ଅତିଥି ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ହେମନ୍ତ ସାହୁ, ସେକ ନାସିର ଉଦ୍ଧିନ ଯୋଗଦେଇ ସାମୁହିକ ପ୍ୟାରେଡର ଅଭିବାଦନ ଗ୍ରହଣ କରିବା ସହ ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ। ଶ୍ରେଷ୍ଠ ବାଳକ କ୍ରୀଡାବିତ ଭାବେ ପୂର୍ଣ୍ଣଚନ୍ଦ୍ର ରୋତି ଓ ବାଳିକା ପୂଜା ଶବର ସମ୍ମାନିତ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଲେଜର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡାଙ୍କ ତତ୍ବାବଧାନରେରେ ଆୟୋଜିତ ସଂପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଶଙ୍କର ଶତନାମୀ, ଭାଗବତ କଟା, ପ୍ରଶାନ୍ତ ଯୋଶୀ, କଲ୍ୟାଣୀ ମହାନ୍ତି, ଶ୍ରୀକାନ୍ତ ଶର୍ମା, ଭାରତ ଠାକୁର, ବିଭୁ ସାହୁ, ଦିବାକର ଦୁର୍ଗା, ତୁଳସୀ ବାଗ, ସ୍ୱପ୍ନା ନାୟକ, ଭାନୁମତୀ ମାଝୀ, ଅଧ୍ୟାପକ ସଞ୍ଜୟ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ । ସଂଗୀତ ନିର୍ଦେଶକ ତନୁକଲାଲ ନାଗ ପ୍ରାରମ୍ଭିକ ଓ ଉଦଯାପନୀ ସଂଗୀତ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପକ ହେମନ୍ତ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.