ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ପୋଲିସ କର୍ମଚାରୀ ମୃତ

ଓଡ଼ିଆ ବାର୍ତ୍ତା/ ଇସଲାମାବାଦ: ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ରାଜଧାନୀ ଇସଲାମବାଦ ଛାତି ଉପରେ ହୋଇଛି ଆତ୍ମଘାତୀ ବିସ୍ଫୋରଣ । ଏଥିରେ ଜଣେ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବାବେଳେ ୪  ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ଜଣ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି । ଏମିତି ଘଟଣା ଘଟିଛି ଶୁକ୍ରବାର  । ବିସ୍ଫୋରଣ ଘଟିଛି ପୋଲିସ ହେଡକ୍ୱାର୍ଟର ନିକଟରେ । ଇସଲାମାବାଦର ଆଇ-୧୦/୪ ସେକ୍ଟରରେ ଏହି ଆତ୍ମଘାତୀ ଦୁର୍ଘଟଣା ଘଟିଛି  । କାର୍‌ ଦ୍ୱାରା ଆତଙ୍କବାଦୀ ଜଣକ ହମଲା କରିଥିଲେ ।  ବିସ୍ଫୋରଣରେ ବ୍ୟବହୃତ କାର୍‌ ରାସ୍ତା ଉପରେ ଜଳୁ ଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ସାମ୍ନାକୁ ଆସିଛି। ଘଟଣା ପରେ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ତଦନ୍ତ ଆରମ୍ଭ କରିଛନ୍ତି।  ଏହ ବିସ୍ଫୋରଣ ପରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ମିଳିଥିବା ତଥ୍ୟରୁ ଜଣାଯାଇଛି,  ସକାଳ ୧୦.୧୫ରେ  କାର୍‌କୁ  ଆଇ-୧୦/୪ ପାଖରେ ଯାଞ୍ଚ ପାଇଁ ଅଟକା ଯାଇଥିଲା। କାରରେ  ଜଣେ ମହିଳା ଓ ଜଣେ ଥିଲେ ।  ସେମାନ ଗାଡ଼ିରୁ ବାହାରିବା ପରେ ପୁଲିସ୍‌ କର୍ମୀମାନେ କାର୍‌ ଭିତରେ ଯାଞ୍ଚ ଆରମ୍ଭ କରିଥିଲେ।  ଏହି ସମୟରେ ବ୍ୟକ୍ତି ଜଣକ ପୁଣି ଗାଡ଼ି ଭିତରକୁ ଯାଇଥିଲା ଓ ଯାଞ୍ଚ ଚାଲିଥିବା ବେଳେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ଫଳରେ   ଇଗଲ ସ୍କ୍ୱାଡର ଜଣେ ପୁଲିସ୍‌ କର୍ମଚାରୀ ପ୍ରାଣ ହରାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.