ନୀତୀଶ କୁମାରଙ୍କ ସ୍ପଷ୍ଟୀକରଣ – ମରିଯିବି ପଛେ ଭାଜପାକୁ ଯିବି ନାହିଁ

ଓଡ଼ିଆ ବାର୍ତ୍ତା/ ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ପାଟନାର ଗାନ୍ଧୀ ଘାଟରେ ପହଞ୍ଚି ଦେଶର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ସହ ବିହାର ସରକାରୀ ମନ୍ତ୍ରୀ ତଥା ରାଜ୍ୟପାଳ ଫଗୁ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଭାଜପାରେ ଯୋଗଦେବା ପ୍ରଶ୍ନର ଜବାବରେ ନୀତୀଶ କହିଛନ୍ତି ଲୋକମାନେ ଯାହା ଚର୍ଚ୍ଚା କରୁଛନ୍ତି କରନ୍ତୁ, ମୁଁ କୌଣସି ପରିସ୍ଥିତିରେ ଏହାକୁ ଗ୍ରହଣ କରିବି ନାହିଁ। ମୁଁ ମରିବାକୁ ଗ୍ରହଣ କରିବି, କିନ୍ତୁ ସେମାନଙ୍କ ସହିତ ମେଣ୍ଟକୁ କେବେ ଗ୍ରହଣ କରିପାରିବି ନାହିଁ। ଏସବୁ ପ୍ରହସନ କରାଯାଉଛି।ସୂଚନାଯୋଗ୍ୟ, ନୀତୀଶ ବିହାରରେ ଭାଜପା ସହ ମେଣ୍ଟ ଭାଙ୍ଗିବା ପରେ ଆରଜେଡି ସହ ମେଣ୍ଟ କରି ରାଜ୍ୟରେ ସରକାର ଗଢିଥିଲେ। ଏବେ ଚର୍ଚ୍ଚା ହେଉଛି ନୀତୀଶ ପୁଣି ଭାଜପା ସହ ମେଣ୍ଟ କରି ଆଗାମୀ ନିର୍ବାଚନ ଲଢିବେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.