ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ ଖଟଣା : ପଡି ରହିଛି ଶବ, ହୋଇପାରିଲାନି ବ୍ୟବଚ୍ଥେଦ

ଲାଞ୍ଜିଗଡ,୨୨/୪ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମରେ ସାପ କାମୁଡାରେ ଆଜି (ସୋମବାର) ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଶିବ ପ୍ରସାଦ ସାହୁ(୪୫) । ପ୍ରାପ୍ତ ସୂଚନା ଅନୁସାରେ କୁଣ୍ଡେଇ ଜୋର ପଡାରେ ଗତ କାଲି ସନ୍ଧ୍ୟା ୭ଟାରେ ସାପ ବାହାରି ଥିବା ଖବର ପାଇ ସେ ଦେଖିବାକୁ ଯାଇଥିଲା। ଏହି ସମୟରେ ଶିବଙ୍କୁ ବିଷାକ୍ତ ସାପ ଡାହାଣ ହାତରେ କାମୁଡି ଦେଇଥିଲା। କାମୁଡିବା ପରେ କିଛି ଚେରୀମୁଳି କରିଥିଲେ ସ୍ଥାନୀୟ ଜନତା । ଆଜି ସକାଳେ ମେଡିକାଲ ନେବାପାଇଁ ୧0୮ ଆମ୍ବୁଲାନ୍ସଙ୍କୁ  ଆସି ଶିବଙ୍କ ମୃତ୍ୟୁ ହୋଇଯାଇଛି କହି ଫେରି ଯାଇଥିଲେ। ଆଜି ସକାଳେ ୭ଘଣ୍ଟା ସମୟରୁ ଶିବଙ୍କ ମୃତ ଦେହ ଘରେ ପଡି ରହିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶିବ ଆଜିକୁ ପ୍ରାୟ ୧୦ ବର୍ଷ ହେବ ନିଜ ଗାଁ ଖଡ଼ିଆଳ ଠାରୁ ଆସି ସ୍ବଶୁର ଘର ହରେକୃଷ୍ଣ ପୁର ଠାରେ ରହି ଆସୁଥିଲେ । ଏକ କୁଡ଼ିଆ ଘରେ ସାଇକଲ ଫିଟର କାମକରି ଅତି କଷ୍ଟରେ ଜୀବନ ନିର୍ବାହ କରୁଥିଲେ ଶିବ ପ୍ରସାଦ । ତାଙ୍କ ଧର୍ମପତ୍ନି ଗୋଲାପୀ ସାହୁ ଓ ଦୁଇପୁଅଙ୍କ  ରାକେଶ ଓ ରାଜଙ୍କୁ ନେଇ ତାଙ୍କର ଦୂଃଖ ସୁଖର ସଂସାର । ଆଜି ସକାଳେ ଶିବଙ୍କ ମୃତ୍ୟୁ ହେବାପରେ ଆଜି ଦିନ ୨ଟା ସମୟରେ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାରବର୍ଗ । ପୁଲିସ ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ କିନ୍ତୁ ସନ୍ଧ୍ୟା ୫.୪୦ ପର୍ଯ୍ୟନ୍ତ ଶବ ପଡି ରହିଥିଲା। ଗାଁ ଲୋକେ ଶିବଙ୍କ ଶବକୁ ଗୋଟିଏ କିଲୋମିଟର କନ୍ଧରେ  ବୋହି ଆଣି ଆମ୍ବୁଲାନ୍ସ ଅପେକ୍ଷ୍ୟାରେ ରହିଥିଲେ। ପରେ କୋଣସି ସୁବିଧା ନପାଇ ହୋଇ ଉତକ୍ତ ହୋଇ ଥିଲେ। ପରେ ୬ଘଣ୍ଟା ସମୟରେ ବେଦାନ୍ତ ଆମ୍ବୁଲାନ୍ସ ଆସି ଶଵ ବେବଛେଦ ପାଇଁ ଲାଞ୍ଜିଗଡ ଅଣା ଯାଇଥିଲା। ହେଲେ ସନ୍ଧ୍ୟା ହୋଇ ଯାଇଥିବା ଯୋଗୁଁ ଶଵ ବେବଛେଦ ହୋଇ ପରିନଥିଲା । ଏନେଇ ଲାଞ୍ଜିଗଡ ଥାନା ଏସଆଇ ବିପିନ କୁମାର କୂଳଦୀପଙ୍କୁ ପଚାରି ବାରୁ ସନ୍ଧ୍ୟା ହେବା ଫଳରେ ଆଜି ଶଵ ବେବଛ୍ଛେଦ ହୋଇ ପାରିଲା ନାହିଁ, ଆସନ୍ତା କାଲି ଶଵ ବେବଛେଦ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery
ଲାଞ୍ଜିଗଡ ପ୍ରତିନିଧି ଦୂଖିଶାମ ନାଗ (ନିଲେସ) ଙ୍କ ରିପୋର୍ଟ odiabarti.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.