ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୱତ ପରିଷଦ ଆଲୋଚନା ଚକ୍ର

କଳାହାଣ୍ଡି,୨୨/୪ : ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଂକୁଳ ସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନାଚକ୍ର ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ସେୟାଦ ଇସାକ ମଦିନ,ତହସିଲଦାର, କାର୍ଯ୍ୟକ୍ରମ ମୁଖ୍ୟ ନିର୍ଦ୍ଦେଶିକା ମାନନୀୟା ସୁଜାତା ମୁଣ୍ଡ,ବରିଷ୍ଠ ଅଧ୍ୟାପିକା ପଂଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ନର୍ଲା,ଏବଂ ଶ୍ରୀ ନିତ୍ୟାନନ୍ଦ ଭଞ୍ଜ ଅଧ୍ୟାପକ,ବିଜୟାନନ୍ଦ ପଂଚାୟତ ସମିତି ମହାବିଦ୍ୟାଳୟ,ତୁଳାପଡ଼ା ଓ ଶ୍ରୀ ପଦ୍ମଲୋଚନ ମିଶ୍ର ମାର୍ଗଦର୍ଶକ ଭାବରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଆଭିମଖ୍ୟ ସମ୍ବନ୍ଧେ କେସିଙ୍ଗା ସଂକୁଳ ପ୍ରମୁଖ ମୋହନ ପୁଟେଲ ଉପସ୍ଥାପନା କରିଥିବାବେଳେ ସଂକୁଳ ସଂଯୋଜକ କିଶୋରଚନ୍ଦ୍ର ତ୍ରିପାଠୀ ମଂଚ ପରିଚାଳନା କରିଥିଲେ । ସ୍ଥାନୀୟ ପ୍ରଧାନାଚାର୍ଯ୍ୟ ଗୋପାଳକୃଷ୍ଣ ମାଝୀ ପରିଚୟ ପ୍ରଦାନ କରିଥିଲେ । ସାଂପ୍ରତିକ ଶିକ୍ଷା ବ୍ୟବସ୍ଥାରେ ମୁଲ୍ୟ ବୋଧ ଭିତ୍ତିକ ଶିକ୍ଷାର ଆବଶ୍ୟକତା ବିଷୟବସ୍ତୁ ଉପରେ ମାର୍ଗଦର୍ଶନ ଓ ଚର୍ଚ୍ଚା ଆଲୋଚନା ହୋଇଥିଲା । ସଂକୁଳ ଅନ୍ତର୍ଗତ ୯ଗୋଟି ଶିଶୁ ମନ୍ଦିରର ବିଦ୍ୱତ ପରିଷଦ ସଦସ୍ୟ ପଚାଶ ଜଣରୁ ଉଦ୍ଧ୍ୱର୍ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।

Omkar Vasthu
Omkar Vasthu
ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

Pearl dental clinic
Near Ashish Medical Store, Bhawanipatna

http://bit.ly/odiabartagroup2

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.