ବିଶ୍ୱ ପୁସ୍ତକମେଳାରେ ଡିଲେଶ୍ୱର ରଣାଙ୍କ ‘ମେଳିଭୂଇଁ’ ଉନ୍ମୋଚିତ

● ରେଣ୍ଡୋ ମାଝୀଙ୍କୁ ଉପନ୍ୟାସରେ ଭେଟିବେ ପାଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରତ୍ୟେକ ଅଞ୍ଚଳ ପାଇଁ ସ୍ୱାଧୀନତା ସଂଗ୍ରାମୀ ବହୁମୂଲ୍ୟ ସମ୍ପଦ। ସେମାନେ ସେହି ଅଞ୍ଚଳର ଗୌରବ ହୋଇଥିବା ବେଳେ ସେମାନେ ଦେଶ ପାଇଁ ମଧ୍ୟ ସ୍ୱାଭିମାନ। ତେବେ ସେମାନଙ୍କୁ ଜାତୀୟ ସ୍ତରରେ ମଧ୍ୟ ସମ୍ମାନ ପ୍ରଦର୍ଶନର ଆବଶ୍ୟକତା ରହିଛି। ସେହି କ୍ରମରେ କଳାହାଣ୍ଡିର ପ୍ରଥମ ବ୍ରିଟିଶ ବିରୋଧୀ ସ୍ବର ସହିଦ ରେଣ୍ଡୋ ମାଝୀଙ୍କ ଉପରେ ଯୁବ ଲେଖକ ଡିଲେଶ୍ୱର ରଣାଙ୍କ ଦ୍ୱାରା ରଚିତ ଗବେଷଣାତ୍ମକ ଉପନ୍ୟାସ ‘ମେଳିଭୂଇଁ’ ଉନ୍ମୋଚିତ ହୋଇଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ବିଶ୍ୱ ପୁସ୍ତକମେଳାର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ରାଜ୍ୟ ମନ୍ତ୍ରୀ ରାଜକୁମାର ରଞ୍ଜନ ଯୋଗ ଦେଇ ପୁସ୍ତକ ମେଳା ଉଦଘାଟନ ସହ ପୁସ୍ତକ ଉନ୍ମୋଚନ କରିଥିଲେ। ଏଥିରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ନୋବେଲ ବିଜେତା ଏନି ଏର୍ନୋ, ଏନବିଟି ନିର୍ଦ୍ଦେଶକ ଯୁବରାଜ ମଲ୍ଲିକ, ଫ୍ରାନ୍ସ ରାଜଦୂତ ଇମାନୁଏଲ୍ ଲେନିନ୍, ଆଇଟିପିଓ ଅଧ୍ୟକ୍ଷ ପ୍ରଦୀପ ସିଂ ଖରୋଲା, ଫ୍ରାନ୍ସ ସାଂସ୍କୃତିକ ଉପଦେଷ୍ଟା ଇମାନୁଏଲ୍ ଲିବ୍ରଲ୍ ଡେମିଏନ୍ସ ପ୍ରମୁଖ ମଞ୍ଚାସୀନ ଥିଲେ। ସୂଚନାଯୋଗ୍ୟ ଯେ, ଶ୍ରୀ ରଣା ନେସନାଲ୍ ବୁକ୍ ଟ୍ରଷ୍ଟ ଦ୍ୱାରା ପିଏମ୍ ଯୁବା ମେଣ୍ଟରସିପ୍ ପୁରସ୍କାର ପ୍ରାପ୍ତ ହୋଇ ରେଣ୍ଡୋ ମାଝୀଙ୍କ ଉପରେ ଗବେଷଣା କରୁଥିଲେ। ସେ ରେଣ୍ଡୋ ମାଝୀଙ୍କ ସହ ସମ୍ବନ୍ଧିତ ବିଭିନ୍ନ ସ୍ଥାନ ପରିଭ୍ରମଣ, ଅଧ୍ୟୟନ ଓ ଦସ୍ତାବିଜ ସଂଗ୍ରହ କରି ଏହି ଉପନ୍ୟାସ ଲେଖିଛନ୍ତି। ରେଣ୍ଡୋ ମାଝୀଙ୍କ ଉପରେ ଅନେକ ତଥ୍ୟ ମିଳୁନଥିବା ବେଳେ ଏହା ରେଣ୍ଡୋ ମାଝୀଙ୍କ ଉପରେ ଏକ ବଡ଼ କାର୍ଯ୍ୟ ବୋଲି କହାଯାଇପାରେ। ଶ୍ରୀ ରଣା ଗଳ୍ପ, କବିତା ଲେଖିବା ସହ ଅଭିନୟରେ ରୁଚି ରଖନ୍ତି। ତାଙ୍କର ପ୍ରଥମ ଗଳ୍ପ ପୁସ୍ତକ ‘ସେଁର୍‌ରା ‘ ୨୦୨୧ରେ ପ୍ରକାଶିତ ହୋଇ ବେଶ୍ ପାଠକୀୟତା ଲାଭ କରିସାରିଥିବା ବେଳେ ବର୍ତ୍ତମାନ ସେ ଜନଜାତି ସାଧନ କେନ୍ଦ୍ର କଳାହାଣ୍ଡିର ଗାଇଡ୍ ଭାବେ କାର୍ଯ୍ୟରତ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.