ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଶବ୍ଦ ଋତୁ ସାହିତ୍ୟ ପୃଥିବୀର ଶାଶ୍ୱତ ସିଦ୍ଧାନ୍ତ |ଶବ୍ଦରେ ସାହିତ୍ୟିକ ଦିନ-ରାତି-ମାସ-ବର୍ଷ ସୃଷ୍ଟି କରି ନୂଆ ଏକ ପ୍ରକୃତି ରଚନା କରିଥାଏ | ରସ ସୃଷ୍ଟି କରି ପାଠକ ହୃଦୟରେ ଆହ୍ଲାଦ ଭାରିଦିଏ ସାରସ୍ୱତ ସାଧକ | ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ସର୍ବଶ୍ରୀ ସଵାଖିଆ ସାହିତ୍ୟ ସଂସଦର ଧାରାବାହିକ ୧୯୩ ସଂଖ୍ୟା ଆସର ଅବସରରେ ଅନୁଷ୍ଠିତ “ଫଗୁଣ କାବ୍ୟୋତ୍ସବ”ରେ ଏଭଳି ମତ ପ୍ରକାଶ ପାଇଛି | ଶିଶୁ ସାହିତ୍ୟିକ ବ୍ରହ୍ମାନନ୍ଦ ସାମଲଙ୍କ ପୌରୋହିତ୍ୟରେ ସମ୍ମାନିତ ଅଭ୍ୟାଗତ ଭାବେ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଶିବରାମ ନାୟକ ଯୋଗ ଦେଇଥିଲେ | ଯୁବ କବି ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ କବି ସାଗର ବୈଠାରୁ, ଅଶୋକ କୁମାର ଖମାରୀ, ପି. ମୋହନ ରାଓ ପାତ୍ର,ତିଳକରାମ ନିଆଲ, ଆନନ୍ଦିନୀ ପାତ୍ର, ତ୍ରିନାଥ ଶ୍ୟାମକୁମାର, ପ୍ରତାପ ପଣ୍ଡା,ଵୃଷବ ସେଠୀ, ରଚନା ମେହେର,ବ୍ରହ୍ମାନନ୍ଦ ସାମଲ ପ୍ରମୁଖ ଫଗୁଣ କବିତା ଆବୃତ୍ତି କରିଥିଲେ | ସଂଗୀତଜ୍ଞ ପଟ୍ଟମ ଭାଇ ପ୍ରାରମ୍ଭିକ ଗୀତ ପରିବେଷଣ କରିଥିଲେ | ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |