ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି: ସାଧାରଣ ଲୋକ ଉପରେ ମହଙ୍ଗା ମାଡ଼

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ମାର୍ଚ୍ଚ ୧ଠାରୁ ମହଙ୍ଗା ହୋଇଛି। ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢିଛି। ପୂର୍ବରୁ ଭୁବନେଶ୍ୱର ଏଲପିଜି ଦର ୧୦୭୯ ଟଙ୍କା ଥିଲା ଯାହା ଏବେ ବୃଦ୍ଧି ପାଇକି ୧୧୨୯ରେ ପହଞ୍ଚିଛି। ସେହିପରି ଦିଲ୍ଲୀରେ ଏଲପିଜି ସିଲିଣ୍ତରର ଦର ବଢି ୧୧୦୩ ଟଙ୍କା ହୋଇଛି। ସେହିପରି ଦେଶର ଅନ୍ୟ ମହାନଗର ଯେପରିକି ମୁମ୍ବାଇରେ ଏଲପିଜି ସିଲିଣ୍ଡର ମୂଲ୍ୟ ପାଇଁ ଏଣିକି ଗ୍ରାହକଙ୍କୁ ୧୧୦୨ ଟଙ୍କା, କୋଲକାତାରେ ୧୧୨୯ ଟଙ୍କା, ଚେନ୍ନାଇରେ ୧୧୧୮ ଟଙ୍କା ଦେବାକୁ ପଡିବ। ତେବେ କେବଳ ୧୪ କିଲୋଗ୍ରାମ ଘରୋଇ ଏଲପିଜି ନୁହେଁ ବରଂ ୧୯ କିଲୋଗ୍ରାମର କମର୍ସିୟାଲ ସିଲିଣ୍ଡର ମୂଲ୍ୟ ମଧ୍ୟ ବଢିଛି। କମର୍ସିୟାଲ ସିଲିଣ୍ଡର ଦାମ ୩୫୦ ଟଙ୍କା ବଢିଛି। କମର୍ସିୟାଲ ସିଲିଣ୍ଡର ମୂଲ୍ୟ ୩୫୦ ଟଙ୍କା ବଢିବା ପରେ ଏହା ହୋଟେଲ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଦେଇଛି। କମର୍ସିୟାଲ ସିଲିଣ୍ଡରର ନୂଆ ଦର ବାବଦରେ କହିବାକୁ ଗଲେ ଦିଲ୍ଲୀରେ ଏହାର ମୂଲ୍ୟ ଏବେ ୨୧୧୯ ଟଙ୍କାରେ ପହଂଚିଥିବାବେଳେ, ମୁମ୍ବାଇରେ ୨୦୭୧ ଟଙ୍କା, କୋଲକାତାରେ ୨୨୧୯ ଟଙ୍କା, ଚେନ୍ନାଇରେ ୨୨୬୭ ଟଙ୍କାରେ ପହଂଚିଛି। ଗତ ବର୍ଷ ଜୁଲାଇ ମାସରେ ୧୪.୨ କେଜି ଘରୋଇ ଏଲପିଜି ସିଲିଣ୍ତର ଦର ୫୦ଟଙ୍କା ବଢିଥିଲା। ଘରୋଇ ସିଲିଣ୍ଡରର ମୂଲ୍ୟ ୮ ମାସ ପରେ ବୃଦ୍ଧି ପାଇଛି ଏବଂ ଏହା ପୂର୍ବରୁ ଜୁଲାଇ ୧ରେ ଘରୋଇ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ପାଇଥିଲା। ଗତ ଥର ଜୁଲାଇରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା ଏବଂ ସେହି ଦିନଠାରୁ କମରସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଥିଲା କିନ୍ତୁ ଘରେ ବ୍ୟବହାର ହେଉଥିବା ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି କରାଯାଇ ନଥିଲା। ବର୍ତ୍ତମାନ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଥିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଚିନ୍ତାରେ ପଡ଼ି ଯାଇଛନ୍ତି ଖାଉଟି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.