ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆମେ ଓଡ଼ିଆ ଭାରି ବଢିଆ ପରିବାରର ମହାବନ୍ଧୁ ମିଳନ କାର୍ଯ୍ୟକ୍ରମ ଭୁବନେଶ୍ଵରର ହୋଟେଲ ଏସିଆନ ଫ୍ଲେବର୍ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସଦସ୍ୟ ସଦସ୍ୟା ମାନେ ଯୋଗ ଦାନ କରିଥିଲେ। ଅନୁଷ୍ଠାନର ସତ୍ୟବ୍ରତ ସାହୁ, ଅମିତ୍ କୁମାର ଗୋଛାୟତ, ଲକ୍ଷ୍ମୀପ୍ରିୟା ସାହୁ, ରୂପଶ୍ରୀ ସାହୁ, ସିଦ୍ଧାର୍ଥ ବାରିକ, ମାନବ ପ୍ରେମୀ ବିଶୁ ପ୍ରମୁଖ କର୍ମକର୍ତ୍ତାମାନେ କାର୍ଯ୍ୟ ନିର୍ବାହ କରିଥିଲେ। ମୁଖ୍ୟ ଆକର୍ଷଣ ଭାଇରାଲ୍ ବୟ ଶାନ୍ତନୁ କୁମାର ମହାନ୍ତି ଯିଏ ବର୍ତ୍ତମାନ ଘରେ ଘରେ ପରିଚିତ ସେ ତାଙ୍କ ସୁମଧର କଣ୍ଠରେ ସଙ୍ଗୀତ ପରିବେଶ କରିଥିଲେ। ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ ହେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀରୁ ସମାବେଶ ଆରମ୍ଭ ହେଇଥିଲା। ଶିଶୁ କଳାକାର ଗୀତ କ୍ରୀଷ୍ଣା, ସିଦ୍ଧି ସ୍ୱରୂପା, ସ୍ଵୟମ ସମ୍ପଦ, ପ୍ରତିଭା ପ୍ରିୟଦର୍ଶିନୀ, ସୁଶ୍ରୀ ଦିପ୍ରନ୍ଵିତା ପ୍ରମୁଖ ନୃତ୍ୟ ପରିବେଷଣ କରିଥଲେ। ଓଡ଼ିଆ ଭାଷା ସାହିତ୍ୟ ର ପ୍ରଚାର ପ୍ରସାର କରିବା ସହ ସମାଜସେବା କ୍ଷେତ୍ରରେ ଆହୁରି ଅଗ୍ରସର ହେବା ଏହାର ମୂଳ ଲକ୍ଷ୍ୟ ଥିଲା। ଶେଷରେ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ପ୍ରତିଷ୍ଠାତା ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।