ବିଜୟ ଧଙ୍ଗଡାମାଝୀ ହେଲେ ନର୍ଲା ବ୍ଲକ ବିଜୁ ଯୁବ ଜନତା ଦଳର ନୂତନ ସଭାପତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଅଞ୍ଚଳର ଜଣାଶୁଣା ଯୁବ ନେତା ବିଜୟ ଧଙ୍ଗଡାମାଝୀ। ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟ ତାଙ୍କୁ ନର୍ଲା ଯୁବ ବିଜେଡ଼ିର ନୂତନ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଗ୍ରାମର ବିଜୟ ଧଙ୍ଗଡାମାଝୀ ଜଣେ ଯୁବ ନେତା, ବିଖ୍ୟାତ ଲୋକ କଳାକାର ଓ ସୁସଙ୍ଗଠକ ଭାବରେ ସୁପରିଚିତ। ନର୍ଲା ଅଞ୍ଚଳରେ ବିଜେଡିକୁ ସୁସଙ୍ଗଠିତ କରିବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ସେ ପୂର୍ବରୁ ରାକ୍ସି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବାବେଳେ ବର୍ତ୍ତମାନ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଓ ଗଜାନନ ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା, ଦେବଗିରି ମଠ ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ରହିଛନ୍ତି। ବିଭିନ୍ନ ସମୟରେ ଅସହାୟ ଜନତାଙ୍କ ସେବା କରିବା, ଗରିବ ଝିଅମାନଙ୍କୁ ବିବାହ କରାଇବା, ରୋଗୀମାନଙ୍କୁ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିବା, ରକ୍ତଦାନ, ବୃକ୍ଷ ରୋପଣ, ଜନ ସଚେତନତା ପରି ସମାଜମଙ୍ଗଳ କାର୍ଯ୍ୟରେ ସେ ନିଜକୁ ସମର୍ପିତ କରିଛନ୍ତି। ତାଙ୍କ ମାର୍ଗଦର୍ଶନରେ ପ୍ରତିବର୍ଷ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅନୁଷ୍ଠିତ ହୋଇଥାଏ, ଯେଉଁଠି ପ୍ରତ୍ୟେକ ବର୍ଷ ୩୦୦ ରୁ ଉର୍ଦ୍ଧ୍ବ କଳାକାର ମଞ୍ଚ ପାଇ ନିଜ କଳାର ବିକାଶ କରିଥାନ୍ତି। ସେ ଜଣେ ଉତ୍ତମ ମୃଦଙ୍ଗ ଓ ଢୋଲ୍ ବାଦକ ହୋଇଥିବାବେଳେ କଳାହାଣ୍ଡିର ପ୍ରାଚୀନ ଲୋକଗୀତ ଓ ଲୋକନୃତ୍ୟର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସେ ନର୍ଲା ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ମନୋନୀତ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ଡ଼ଃ ବ୍ୟୋମକେଶ ରାୟ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଆଦିତ୍ୟ ନନ୍ଦ, ନର୍ଲା ବ୍ଲକ ବିଜେଡି ସଭାପତି ପରେଶ ପଧାନ, ବ୍ଲକ ସମ୍ପାଦକ ଭୋପାଲ ନାଗ, ଯୁବ ନେତା ଅର୍ଜୁନ ପଧାନଙ୍କ ସମେତ ଜିଲ୍ଲାର ସମସ୍ତ ବିଜେଡ଼ି କାର୍ଯ୍ୟକର୍ତ୍ତାଙ୍କୁ ପାଖରେ ସେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରିବାସହ ଯୁବକମାନଙ୍କୁ ସୁସଙ୍ଗଠିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଆହୁରି ଟାଣ କରିବା ଦିଗରେ କାର୍ଯ୍ୟ କରିବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜୟ ଧଙ୍ଗଡାମାଝୀ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.