ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହାସମ୍ମିଳନୀ: ଗୋଲାମୁଣ୍ଡାର ଇଂ ଧିରେନ୍ଦ୍ର ନାଏକ ପାଇଲେ ଶ୍ରୀଜଗନ୍ନାଥ ସମ୍ମାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଟକ ବାଲିଯାତ୍ରା ପଡିଆ ଠାରେ ଆମେ ଓଡିଆ ପକ୍ଷରୁ ୫ ଦିନ ଧରି ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହାସମ୍ମିଳନୀ -୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡାର ଇଂ ଧିରେନ୍ଦ୍ର କୁମାର ନାଏକଙ୍କୁ ଶ୍ରୀଜଗନ୍ନାଥ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଆଧ୍ୟାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା କରିବା ସହ ସମାଜରେ ଭାତୃଭାବ ବଜାୟ ରଖି ଓଡିଆ ଜାତିର ସମ୍ମାନକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା କ୍ଷେତ୍ରରେ ଇଂ ନାଏକଙ୍କ ଉଲ୍ଲେଖନୀୟ ଅବଦାନ ଥିବା ଯୋଗୁଁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଥିଲା ଜଣାପଡିଛି ।  ସରୋଜ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ମେୟର ସୁବାଷ ସିଂ, ସମ୍ମାନୀତ ଅତିଥି ଭାବେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଲ, ବାବା ଆର୍ତ୍ତତ୍ରାଣ, ସ୍ୱାମୀ ବିର୍ଷ୍ଣୁ ଗିରି ମହାରାଜ, ବାବା ବଂଶୀଧର ଦାସ ପ୍ରମୁଖ ଉପସ୍ଥିତ ରହି ଇଂ ନାୟକଙ୍କୁ ମାନପତ୍ର, ଟ୍ରଫି ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଇଂ ଧିରେନ୍ଦ୍ର ଏହି ପୂରସ୍କାରରେ ସମ୍ମାନୀତ ହେବା ପରେ କଳାହାଣ୍ଡି ଜିଲାର ବିଭିନ୍ନ ମହଳରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାଠାରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପୁରୀ ଢାଞ୍ଚାରେ ହୋଇଥିବାବେଳେ ଏଠାରେ ନିର୍ମିତ ତନୋଟି ରଥକୁ ଖୋଲା ଯାଉନଥିବାବେଳେ ବର୍ଷ ତମାମ ପୂଜା ପାଇଥାନ୍ତି । ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳା ମାନେ ହିଁ ଟାଣିଥାନ୍ତି । ରଥଯାତ୍ରା ସମୟରେ ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ ହୋଇଥାଏ । ତେବେ ଏହାକୁ ସଠିକ ପରିଚାଳନା କରିବା ସହ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରିବା କ୍ଷେତ୍ରରେ ଇଂ ଧିରେନ୍ଦ୍ର ନାଏକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.